ଦ୍ୱାରଶୁଣି : ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷିରେ ଥିବା ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼ ହୋଇଥିବା ଜଣାପଡିଛି। ଆଗକୁ ଛାତ୍ରସଂସଦ ନିର୍ବାଚନ ହେବାକୁଥିବାବେଳେ ଏନେଇ ଏହି ବୋମା ମାଡ଼ ହୋଇଥିବା ଅନୁମାନ କରାଯାଉଛି। ଶନିବାର ମହାବିଦ୍ୟାଳୟରେ ହଠାତ ଦୁଇଟି ବୋମ ଫୁଟିବାର ଶବ୍ଦ ହେଲା। ଫଳରେ ଛାତ୍ର ଛାତ୍ରୀ ମାନେ ଭୟରେ ଏଣେ ତେଣେ ଦୌଡ଼ି ଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବାଙ୍ଗିରିପୋଷି ପୁଲିସ ପହଞ୍ଚି ବୋମା ଦୁଇଟି ଜବତ କରିଛି । ଏବେ ମହାବିଦ୍ୟାଳୟରେ ୨୪ ଘଣ୍ଟିଆ ଡିଉଟି କରିବେ ବୋଲି ଥାନା ଅଧିକାରୀ ଚନ୍ଦନ ଘୋଡେଇ ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟରେ ଏପରି ଅଶାନ୍ତି ଲାଗି ରହିଲେ ନିର୍ବାଚନ ବନ୍ଦ କରାଯିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ପୁଷ୍ପା ରାଣୀ ପାତ୍ର ପ୍ରକାଶ କରିଛନ୍ତି।
Popular Categories



