mission shakti banner

ହରିୟାଣାରେ ଓଡ଼ିଆ ଯୁବକ ମୃତ; କାରଣ ଅସ୍ପଷ୍ଟ

bjd gruha runa banner

ମୟୁରଭଞ୍ଜ : ମୟୁରଭଞ୍ଜ ଉଦଳା ବ୍ଲକର ଜଣେ ଓଡ଼ିଆ ଯୁବକଙ୍କ ହରିୟାଣାରେ ମୃତ୍ୟୁ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟତା ମିଳି ପାରି ନାହିଁ। ଉକ୍ତ ଯୁବକଙ୍କ ବିବାହ ଠିକ ହୋଇଥିବାରୁ ଘରେ ବାହାଘର ପାଇଁ ପ୍ରସ୍ତୁତି କରାଯାଉଥିଲା। ଯୁବକ ଜଣଙ୍କ କିଛି ମାସ ପୂର୍ବେ ହରିୟାଣା ଯାଇଥିଲେ। ସେ ଫେରିଥିଲେ ତାଙ୍କ ବିବାହ ହୋଇଥାଆନ୍ତା। ମାତ୍ର ପୁଅ ଆସିବା ପରିବର୍ତେ ଘରକୁ ଆସିଥିଲା ପୁଅର ମୃତ୍ୟୁ ଖବର। ମୃତ୍ୟୁ ଖବର ପାଇଁ ଘର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ସହ ଏହି ଘଟଣାରେ ଆଖପାଖରେ ଶୋକର ଛାୟା ଖେଳିଯାଇଛି।

Comments are closed.