ମରିସସର ବିକାଶ ଯାତ୍ରାରେ ଯୋଗଦାନ ଭାରତର ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଉଦାହରଣ – ରାଷ୍ଟ୍ରପତି

ଡେସ୍କ: ମରିସସର ରାଷ୍ଟ୍ରୀୟ ଦିବସ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ମରିସସର ବିକାଶ ଯାତ୍ରାରେ ଯୋଗଦାନ ଭାରତର ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଉଦାହରଣ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ୟୁପିଆଇ ଏବଂ ରୂପେ କାର୍ଡର ଶୁଭାରମ୍ଭ, ଜେନେରିକ ଔଷଧ ଯୋଗାଣ ଏବଂ ଅନେକ ଗୋଷ୍ଠୀ ବିକାଶ ପ୍ରକଳ୍ପର ଶୁଭାରମ୍ଭ ଭଳି ସାମ୍ପ୍ରତିକ ପଦକ୍ଷେପ ଭାରତ-ମରିସସ ନିରନ୍ତର ବିକାଶ ଭାଗିଦାରୀର ଆଉ ଏକ ଉଦାହରଣ।

ସେ କହିଛନ୍ତି, ୨୦୨୧ରେ ବ୍ୟାପକ ଅର୍ଥନୈତିକ ସହଯୋଗ ଏବଂ ଭାଗିଦାରୀ ଚୁକ୍ତି ସ୍ୱାକ୍ଷରିତ ହେବା ସମୟରେ ଆଫ୍ରିକୀୟ ଦେଶମାନଙ୍କ ପାଇଁ ପ୍ରଥମ ମୁକ୍ତ ବାଣିଜ୍ୟ ଚୁକ୍ତି ମରିସସ୍ ସହିତ ସ୍ୱାକ୍ଷରିତ ହୋଇ ଆମେ ଆନନ୍ଦିତ। ମରିସସର ବିକାଶ ଯାତ୍ରା ରେ ଯୋଗଦାନ ଏବଂ ମରିସସରେ ସାଧାରଣ ଲୋକଙ୍କ ଜୀବନଧାରଣର ଗୁଣବତ୍ତା ବୃଦ୍ଧି କରିବା ପାଇଁ ଆମର ଦଶନ୍ଧି ଧରି ଚାଲିଥିବା ବିକାଶ ଭାଗିଦାରୀ ଭାରତର ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଉଦାହରଣ।

Comments are closed.