www.samajalive.in
Saturday, December 6, 2025
14.1 C
Bhubaneswar

ସୀମାରୁ ୬୦ କୋଟି ଟଙ୍କାର ହେରୋଇନ ଜବତ, ଜଣେ ଗିରଫ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ପୁଞ୍ଛ ଜିଲା ମେନ୍ଧାରର ସୀମାବର୍ତ୍ତୀ ଏକ ଗ୍ରାମ ନିକଟରୁ ସୋମବାର ପୁଲିସ୍‍ ୬୦ କୋଟି ଟଙ୍କାର ହେରୋଇଜନ ଜବତ କରିଛି। ଏହାସହ ପୁଲିସ୍‍ ହେରୋଇନ ଚୋରା ଚାଲଣରେ ସମ୍ପୃକ୍ତି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ମେନ୍ଧାର ପୁଲିସ୍‍ ସହାୟତାରେ ଜାମ୍ମୁ କାଶ୍ମୀର ସିଟି ପୁଲିସ ଏହି ଚଢଉ କରିଥିଲା।
ସୂଚନା ଅନୁସାରେ ଜାମ୍ମୁ କାଶ୍ମୀର ପୁଲିସ୍‍ ଦୁଇ ସପ୍ତାହ ତଳେ ହରି ମାର୍କେଟସ୍ଥିତ ଏକ ହୋଟେଲରୁ ଦୁଇ ଜଣ ହେରୋଇନ ଚୋରା ଚାଲଣକାରୀଙ୍କୁ ଗିରଫ କରିଥିଲା। ଜେରା ବେଳେ ସେମାନେ ଏହି ହେରୋଇନ ପୁଞ୍ଛ ମେନ୍ଧାରର ବାଲାକୋଟରେ ରହୁଥିବା ମୌଲବୀ ମହମ୍ମଦ ଅଲ୍‍ତାଫଙ୍କ ନିକଟରୁ ଆଣିଥିବା ପ୍ରକାଶ କରିଥିଲେ। ମୌଲବୀ ଜଣକ ସେଠାରେ ଏକ ମାଦ୍ରାସା ପରିଚାଳନା କରୁଛନ୍ତି। ସୂଚନା ଆଧାରରେ ପୁଲିସ୍‍ ଏକ ଦଳ ଗଠନ କରି ସ୍ଥାନୀୟ ପୁଲିସ୍‍ ସହାୟତାରେ ମେନ୍ଧାରରେ ଚଢଉ କରିଥିଲା। ସେଠାରୁ ପୁଲିସ୍‍ ୧୨ କିଲୋର ୧୨ ପ୍ୟାକେଟ ହେରୋଇନ ଜବତ କରିଛି। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୬୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରୁ ଅଲତାଫ ଏହି ହେରୋଇନ ଆଣୁଥିଲା ବୋଲି ଜାଣିବାକୁ ମିଳିଛି। ପିଓକେରୁ ଆଣିଥିବା ୨୫ କିଲୋ ହେରୋଇନରୁ ଅଲତାଫ ୧୩ କିଲୋ ହେରୋଇନ ବିକି ସାରିଛି। ଅଲତାଫର ସମ୍ପର୍କ କାଶ୍ମୀର, ଜାମ୍ମୁ, ପିଓକେ ଓ ପଞ୍ଜାବର ହେରୋଇନ ଚୋରା ଚାଲଣକାରୀଙ୍କ ସହ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories