www.samajalive.in
Saturday, December 6, 2025
19.1 C
Bhubaneswar

ବୌଦ୍ଧର ଟେକ ରଖିଲେ ମାଟ୍ରିକ ଟପ୍ପର ମଧୁସୂଦନ

ହରଭଙ୍ଗା: ଘଂଟପାଲ୍ଲୀ ଭଳି ଏକ ମଫସଲ ଗାଁରେ ଚାଷୀ ପରିବାରରେ ତାଙ୍କର ଜନ୍ମ। ଘଡିଏ ବିଦ୍ୟୁତ୍ ରହିଲେ ଆଉ ଘଡିକୁ ମୋବାଇଲ ଇଣ୍ଟରନେଟ ନେଟୱର୍କ ଫେଲ। ଏଭଳି ଏକ ପ୍ରତିକୂଳ ପରିସ୍ଥିତିରେ ବି ସେ ଦଶମ ବୋର୍ଡ ପରୀକ୍ଷାରେ ଅଧିକ ନମ୍ବର ରଖି ଜିଲ୍ଲାର ଟପ୍ପର ହୋଇପାରିଛନ୍ତି। ଏଭଳି ଜଣେ ମେଧାବୀ ଛାତ୍ର ହେଉଛନ୍ତି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତର ଘଂଟପାଲ୍ଲୀ ଗ୍ରାମର ଚାଷୀ ପରିବାରର ପୁଅ ମଧୁସୂଦନ ପ୍ରଧାନ। ମାଆ ଜାହ୍ନବୀ ପ୍ରଧାନ ଏବଂ ପିତା ଗଜେନ୍ଦ୍ର ପ୍ରଧାନଙ୍କ ଜ୍ୟେଷ୍ଠପୁତ୍ର ହେଉଛନ୍ତି ମଧୁସୂଦନ। ମଧୁସୂଦନ ଲୁଣିବାହାଲ ପଲ୍ଲୀ ବିକାଶ ହାଇସ୍କୁଲର ଛାତ୍ର।ସେ ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ୫୫୨ ନମ୍ବର ରଖି ଜିଲ୍ଲାର ମାଟ୍ରିକ ଟପ୍ପର ହୋଇପାରିଛନ୍ତି। ଜଣେ ଚାଷୀ ପୁଅର ସଫଳତା ଗରିବ ପିତା/ମାତାଙ୍କୁ ଗୌରାବନ୍ୱିତ କରିଛି।ତାଙ୍କ ସଫଳତା ପାଇଁ ନିଜ ଗାଁ ଜନ୍ମମାଟି, ସ୍କୁଲର ଗୌରବକୁ ବୃଦ୍ଧି କରିଛି। ଏହା ସାଙ୍ଗକୁ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ମଧୁସୁଦନଙ୍କ କୃତିତ୍ୱ ପାଇଁ ବେଶ ଖୁସି ଅଛନ୍ତି। ପାଠପଢାରେ ଦୈନିକ ୧୦ଘଂଟାରୁ ଅଧିକ ପରିଶ୍ରମ ସାଙ୍ଗକୁ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ପିତା/ମାତାଙ୍କ ଆର୍ଶୀବାଦ ତାଙ୍କ ସଫଳତାର ଶ୍ରେୟ ବୋଲି ସେ କହିଛନ୍ତି। ଭବିଷ୍ୟତରେ ମଧୁସୂଦନ ଜଣେ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଇଛା କରିଛନ୍ତି। ମେଧାବୀ ଛାତ୍ର ମଧୁସୁଦନଙ୍କ ଉଚ୍ଚଶିକ୍ଷା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ସମାଜସେବୀ ଧିରେନ ପ୍ରଧାନ, ସୌମ୍ୟରଂଜନ ସାହୁ ପ୍ରମୁଖ ଦାବୀ କରିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories