www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ୱରେ ଖାଦ୍ୟ ମୂଲ୍ୟ ବୃଦ୍ଧି ଚିନ୍ତାଜନକ ହୋଇଛି: ଆଇଏମଏଫ

ଜେନେଭା: ସମଗ୍ର ବିଶ୍ୱରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଚଳିତ ବର୍ଷ ସର୍ବାଧିକ ସ୍ତରରେ ପହଞ୍ଚିଛି । କୋଭିଡ ମହାମାରୀ ଜନିତ ଯୋଗାଣ ଶୃଙ୍ଖଳରେ ବ୍ୟାଘାତ ଏବଂ ପରିବହନ ଖର୍ଚ୍ଚ ବୃଦ୍ଧି କାରଣରୁ ଖାଦ୍ୟ ମୂଲ୍ୟ ବୃଦ୍ଧି ଘଟୁଥିବା କହିଛି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) । ଏହା କହିଛି ଯେ ଆଗାମୀ ଦିନରେ ମୂଲ୍ୟ ବୃଦ୍ଧି ଅଧିକ ହେବାକୁ ଯାଉଛି । ୨୦୨୦ ତୁଳନାରେ ୨୦୨୧ରେ ବିଶ୍ୱରେ ଖାଦ୍ୟ ମୂଲ୍ୟ ୨୫% ବୃଦ୍ଧି ପାଇବା ସମ୍ଭାବନା ରହିଥିବା ଆଇଏମଏଫର କ୍ରିଷ୍ଟିଆନ ବୋଗମ୍ୟାନ୍ସ, ଆଣ୍ଡ୍ରିଆ ପେସକାଟୋରି ଏବଂ ଏର୍ଭିନ ପ୍ରିଫଟି ଏକ ବ୍ଲଗରେ ଲେଖିଛନ୍ତି । ସେମାନେ ଏହା ମଧ୍ୟ କହିଛନ୍ତି ଯେ ୨୦୨୧ ପରବର୍ତ୍ତୀ ସମୟରେ ଖାଦ୍ୟ ମୂଲ୍ୟରେ ସ୍ଥିର ଅବସ୍ଥା ଆଶା କରାଯାଉଛି ।
ଆଇଏମଏଫର ଏହି ବିଶେଷଜ୍ଞମାନେ କହିଛନ୍ତି, ଖାଦ୍ୟ ମୂଲ୍ୟ ବୃଦ୍ଧିର ପ୍ରଭାବ ପରିବାରଗୁଡିକରେ ଅନୁଭୂତ ହେବାକୁ ଲାଗିଛି । କାରଣ ବ୍ୟବସାୟୀମାନେ ଏହି ବର୍ଦ୍ଧିତ ମୂଲ୍ୟ ସିଧାସଳଖ ଗ୍ରାହକଙ୍କ ଉପରେ ଲଦି ଦେଉଛନ୍ତି । ଅବଶ୍ୟ ମହାମାରୀ ପୂର୍ବରୁ ମୂଲ୍ୟବୃଦ୍ଧି ଧାରା ଆରମ୍ଭ ହୋଇଥିବା ସେମାନେ ଉଲ୍ଲେଖ କରିଛନ୍ତି । ୨୦୧୮ରେ ଚୀନରେ ଆଫ୍ରିକାନ ସ୍ୱାଇନ ଫ୍ଲୁ ବ୍ୟାପିବା କାରଣରୁ ସେଠାରେ ବହୁ ସଂଖ୍ୟାରେ ଘୁଷୁରୀ ମରିଯାଇଥିଲେ ଏବଂ ସେହି କାରଣରୁ ଘୁଷୁରୀ ମାଂସ ମୂଲ୍ୟ ୨୦୧୯ରେ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଥିଲା । ତାହାସହିତ ଆମେରିକାରୁ ଘୁଷୁରୀ ମାଂସ ଓ ସୋୟାବିନ ଆମଦାନୀ ଉପରେ ଚୀନ ଆମଦାନୀ ଶୁଳ୍କ ଲାଗୁ କରିବାରୁ ଏହି ସାମଗ୍ରୀର ବାଣିଜ୍ୟ ପ୍ରଭାବିତ ହୋଇଥିଲା । ମହାମାରୀ ଆରମ୍ଭ ହେବାପରେ ଖାଦ୍ୟ ସାମଗ୍ରୀ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହେବା ସହିତ ଲୋକ ବାହାରେ ଖାଦ୍ୟ ଖାଇବା ବନ୍ଦ କରିଦେବା. ଖୁଚୁରା ତେଜରାତି ଦୋକାନଗୁଡିକ କେବଳ ବ୍ୟବସାୟ କରିବା ଏବଂ ଉପଭୋକ୍ତମାନେ ଛାନିଆରେ ବିପୁଳ ପରିମାଣର ସାମଗ୍ରୀ ନେଇ ମହଜୁଦ ରଖିବା ଆଦି କାରଣରୁ ଖାଦ୍ୟ ମୂଲ୍ୟ ବୃଦ୍ଧି ପାଇଥିଲା । ଏହାପରେ ୨୦୨୦ ଏପ୍ରିଲରେ ଉପଭୋକ୍ତା ଖାଦ୍ୟ ମୂଲ୍ୟସ୍ଫୀତି ଶୀର୍ଷରେ ପହଞ୍ଚିଥିଲା । ତାହା ପରବର୍ତ୍ତୀ ସମୟରେ ସେଥିରେ ସାମାନ୍ୟ ସୁଧାର ଆସୁଥିବାବେଳେ କୋଭିଡର ଦ୍ୱିତୀୟ ଲହର ପୁଣି ସେଥିରେ ବାଧକ ସାଜିଛି ।
ଆଇଏମଏଫର ଏହି ଅର୍ଥନୀତିଜ୍ଞମାନେ କହିଛନ୍ତି, ଗତ ବର୍ଷକ ମଧ୍ୟରେ ସାମୁଦ୍ରିକ ପରିବହନ ଖର୍ଚ୍ଚ ପ୍ରାୟ ଦୁଇରୁ ତିନିଗୁଣ ବୃଦ୍ଧିଘଟିଛି । ତାହାସହିତ ପେଟ୍ରୋଲ, ଡିଜେଲ ଆଦିର କ୍ରମାଗତ ଦରବୃଦ୍ଧି ଏବଂ କିଛି ଅଞ୍ଚଳରେ ଟ୍ରକ ଡ୍ରାଇଭରଙ୍କ ଅଭାବ ଆଦି ସଡକ ପରିବହନ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ଘଟାଇଛି । ଏହାର ପ୍ରଭାବ ସିଧାସଳଖ ଉପଭୋକ୍ତା ଖାଦ୍ୟ ମୂଲ୍ୟ ଉପରେ ପଡୁଛି । ୨୦୨୦ ଏପ୍ରିଲ ପରବର୍ତ୍ତୀ ସମୟରେ ଆନ୍ତର୍ଜାତିକ ବଜାରରେ ଖାଦ୍ୟ ମୂଲ୍ୟ ପ୍ରାୟ ୪୭.୨% ବୃଦ୍ଧିପାଇଛି ଏବଂ ଏହା ୨୦୧୪ ପରବର୍ତ୍ତୀ ସମୟରେ ବୃଦ୍ଧିପାଇ ୨୦୨୧ ମଇ ମାସରେ ସର୍ବାଧିକ ସ୍ତରରେ ପହଞ୍ଚିଛି । ୨୦୨୧ ମଇରୁ ୨୦୨୧ ମଇ ମାସ ମଧ୍ୟରେ ସୋୟାବିନ ଏବଂ ମକା ଦର ଯଥାକ୍ରମେ ୮୬% ଓ ୧୧୧% ବୃଦ୍ଧି ଘଟିଛି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories