www.samajalive.in
Saturday, December 6, 2025
17.1 C
Bhubaneswar

ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ତରଫରୁ ମାସ୍କ ବଣ୍ଟନ

ସମ୍ବଲପୁର: କରୋନା ସଙ୍କଟ ଯୋଗୁଁ ଏବେ ଦେଶ ଲକ ଡାଉନ ରହିଛି। ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ଏକ ପ୍ରମୁଖ ପ୍ରତିଷେଧକ ସାଧନ ହୋଇଥିବାରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମିଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ରର ନିର୍ଦ୍ଦେଶକ ସୌରଭ ରାୟଙ୍କ ଉଦ୍ୟମରେ କେନ୍ଦ୍ରର ତାଲିମ ପ୍ରାପ୍ତ ସିଲେଇ ଉଦ୍ୟୋଗର ମହିଳାମାନେ ୩ ହଜାରରୁ ଉର୍ଦ୍ଧ ମାସ୍କ ପ୍ରସ୍ତୁତ କରି ଦାନ କରିଛନ୍ତି। ଏହା ଦ୍ୱାରା ମହିଳାମାନେ ଦୈନିକ ରୋଜଗାର ପାଇଥିବା ବେଳେ ସେମାନଙ୍କ ଦ୍ୱାରା ନିର୍ମିତ ମାସ୍କ ଗୁଡିକୁ ଜିଲାପାଳ ଶୁଭମ ସାକ୍ସସେନା, ପୁଲିସ ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ (ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା), ବନ ବିଭାଗ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର କ୍ଷେତ୍ରୀୟ ପ୍ରବନ୍ଧକ ଏବଂ ସେମାନଙ୍କ ଅଧିନସ୍ଥ କର୍ମଚାରୀ ମାନଙ୍କୁ ପ୍ରଦାନ କରାଯାଇଛି।

- Advertisement -

ଏହା ସହିତ କରୋନା ଯୋଦ୍ଧା ଓ ଜନସଚେତନତା ପାଇଁ ବ୍ୟାପକ ଭାବରେ ମାସ୍କ ବଣ୍ଟନ କରାଯାଇଛି। ମାସ୍କ ତିଆରି ଓ ସେବା କାର୍ଯ୍ୟରେ କେନ୍ଦ୍ରର ସମସ୍ତ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିବା ବେଳେ ବେକାର ଯୁବକ ଯୁବତୀମାନଙ୍କୁ ମାଗଣାରେ ଆତ୍ମ ନିଯୁକ୍ତି ତାଲିମ ପ୍ରଦାନ କରାଯିବାର ପ୍ରୟାସ ଜାରି ରହିବ ବୋଲି ନିର୍ଦ୍ଦେଶକ ରାୟ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories