ବେଗୁନିଆ : ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି କଳାହାଣ୍ଡି ଗସ୍ତ କରୁଥିବାବେଳେ କୌଣସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ନ ଥାଇ ଅଚାନକ ବେଗୁନିଆ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ମନ୍ତ୍ରୀ ପ୍ରଥମେ ବିଦ୍ୟାଳୟରେ ପହଞ୍ଚି ପରିସରରେ ଏକ ଚାରା ରୋପଣ କରିଥିଲେ । ବିଦ୍ୟାଳୟ ପରିସର ବୁଲି ଦେଖିବାବେଳେ ପରିଷ୍କାର ପରିଚ୍ଛନ୍ନତା ଦେଖି ଖୁସି ହୋଇଥିଲେ । ବିଦ୍ୟାଳୟରେ ଅଧ୍ୟକ୍ଷ ରମେଶ ବେହେରାଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସମସ୍ତଙ୍କ ସହିତ ଭାବ ବିନିମୟ କରିଥିବାବେଳେ ଏଠାରେ ଅନ୍ ଲାଇନ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି ସେ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ସମ୍ପୃକ୍ତ ବିଦ୍ୟାଳୟରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପାଚେରୀ କାର୍ଯ୍ୟ ରହିଥିବା ବେଳେ ପରିସରରେ କୌଣସି ଗଛ ଲଗାଯାଇ ପାରୁନାହିଁ ବୋଲି ଅଧ୍ୟକ୍ଷ ଶ୍ରୀ ବେହେରା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ଖୁବ ଶୀଘ୍ର ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇ ନୟାଗଡ ଅଭିମୁଖେ ଗସ୍ତ କରିଥିଲେ ।
Popular Categories



