www.samajalive.in
Saturday, December 6, 2025
17.1 C
Bhubaneswar

ପାସେଞ୍ଜର ଟ୍ରେନ୍ ଚାଲୁ କରିବାକୁ ଦାବି 

ରାଜଘାଟ : କୋଭିଡ୍ ସଂକ୍ରମଣ ପାଇଁ ଦୀର୍ଘ ୧୦ମାସ ଧରି ଦକ୍ଷିଣ ପୂର୍ବ ରେଳପଥର ଖଡଗପୁର-ଭଦ୍ରକ ମଧ୍ୟରେ ପାସେଞ୍ଜର ଟ୍ରେନ୍ ଚଳାଚଳ ସଂପୂର୍ଣ ବନ୍ଦ ରହିଛି। ଫଳରେ ରେଳଯାତ୍ରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବିଶେଷକରି ଗରିବ, ମଧ୍ୟବିତ ପରିବାର ଲେକେ, ବ୍ୟବସାୟୀ, ପ୍ରଭାବିତ ହୋଇଛନ୍ତି ମାତ୍ର ପଶ୍ଚିମବଂଗରେ ପାସେଞ୍ଜର ଟ୍ରେନ୍ ଚଳାଚଳ କରୁଥିବାବେଳେ ଓଡିଶା ପ୍ରତି ରେଳ ବିଭାଗ ନଜର ଦେବାକୁ ଦାବି ହୋଇଛି। ଆଜି (ସୋମବାର ) ପୂର୍ବହ୍ନରେ ପାସେଞ୍ଜର ଟ୍ରେନ୍ ଚଳାଚଳ ଦାବିରେ ରାଜଘାଟ ଅଂଚଳର ଜନସାଧାରଣଙ୍କ ତରଫରୁ ଏକ ଶୋଭାଯାତ୍ରା ୬୦ନଂ ଜାତୀୟ ରାଜପଥର ଟୋଲଗେଟ୍ ବଜାରଠାରୁ ରାଜଘାଟ ପାସେଞ୍ଜର ହଲ୍ଟ ପର୍ଯନ୍ତ ଯାଇ ଷ୍ଟେସନ ମାଷ୍ଟରଙ୍କ ଜରିଆରେ କଲିକତାସ୍ଥିତ ଜିଏମ୍ ଏବଂ ଖଡଗପୁରସ୍ଥିତ ଡିଆରଏମଙ୍କ ପ୍ରଦାନ କରାଯାଇଥିଲା। ଏଥିରେ ନେତୃତ୍ୱ ନେଇଥିଲେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଧ୍ରୁବଚରଣ ନାୟକ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲା ପରିଷଦ ସଦସ୍ୟ ଅଜୟ କୁମାର ସାହୁ , କଂଗ୍ରେସର ରାଜ୍ୟ ପ୍ରବକ୍ତା ତଥା ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ , ଦାମୋଦର ଜେନା , ଅମରନାଥ ମହାପାତ୍ର ,  ସଂଗ୍ରାମ କେଶରୀ ବେହେରା , ପୁରୁଷୋତମପୁର ସରପଂଚ ପୂର୍ଣଚନ୍ଦ୍ର ସୋରେନ୍ , ସନ୍ତୋଷ ଭଞ , ବେଣୁଧର ପାଳ , ସୁଧାଂଶୁ ମହାପାତ୍ର , ସଞ୍ଜିବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ତୁରନ୍ତ ପାସେଞର ଟ୍ରେନ୍ ଚଳାଚଳନ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କୁହାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories