ନୂଆଦିଲ୍ଲୀ: ଭାରତକୁ ବୁଧବାର ବଡ଼ ସଫଳତା ମିଳିଛି। ଦୀର୍ଘ ଦିନର ଦାବି ପରେ ଜାତିସଙ୍ଘ ପୁଲୱାମା ମାଷ୍ଟର ମାଇଣ୍ଡ ମାସୁଦ ଆଜାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିଛି। ଜାତିସଙ୍ଘ ସୁରକ୍ଷା ପରିଷଦ ଜୈସେ ମହମ୍ମଦର ମୁଖ୍ୟ ମାସୁଦ ଆଜାର ବିରୁଦ୍ଧରେ ଏଭଳି ପଦକ୍ଷେପ ଗ୍ରହଣ କରିଛି। ୨୦୧୯ ଫେବୃଆରୀରେ ଜୈସେ ମହମ୍ମଦ ଆତଙ୍କୀ ସଂଗଠନ ପୁଲୱାମାରେ ସେନା ଯବାନଙ୍କ ଉପରେ ଆକ୍ରମଣ କରିଥିଲା। ପୂର୍ବରୁ ମାସୁଦଙ୍କୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା ପାଇଁ ପ୍ରତିବନ୍ଧକ ସାଜିଥିବା ଚୀନ କିନ୍ତୁ ଏଥର ଭାରତର ଦାବିକୁ ସମର୍ଥନ ଜଣେଇଛି। ଭାରତର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ସୟିଦ ଅକବଋଦ୍ଦିନ ଏ ସମ୍ପର୍କରେ ଟ୍ୱିଟ କରିଛନ୍ତି।
ଭାରତକୁ ବଡ଼ ସଫଳତା – ପୁଲୱାମା ମାଷ୍ଟର ମାଇଣ୍ଡ ମାସୁଦ ଆଜାର ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷିତ
Popular Categories



