ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଫନି ବେଳକୁ ବେଳ ତୀବ୍ରତର ହେଉଥିବାରୁ ରିଲିଫ, ଉଦ୍ଧାର ଓ ବାତ୍ୟା ପରବର୍ତ୍ତୀ କାର୍ଯ୍ୟ ନିମନ୍ତେ ୧୨ ଆଇଏଏସଙ୍କୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକର ଦାୟିତ୍ୱ ଦିଆଯାଇଛି।
ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପୁରୀ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲଙ୍କୁ ଯାଜପୁର, କେବିକେ ମୁଖ୍ୟ ପ୍ରଶାସକ ସୁଦର୍ଶନ ପାଲ୍ ଠାକୁରଙ୍କୁ ଭଦ୍ରକ, ଜଳ ସମ୍ପଦ ସଚିବ ପ୍ରଦୀପ କୁମାର ଜେନା ଓ ସାଧାରଣ ପ୍ରଶାସନ ଉପ-ସଚିବ ହେମନ୍ତ ପାଢ଼ୀଙ୍କୁ କେନ୍ଦ୍ରାପଡ଼ା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କୁ କଟକ, ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର, ସମବାୟ ସଚିବ କ୍ରିଷନ କୁମାରଙ୍କୁ ଖୋର୍ଦ୍ଧା, ପୌରାଞ୍ଚଳ ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କୁ କଟକ, ପଞ୍ଚାୟତିରାଜ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଏବଂ କୋରାପୁଟ୍ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅବଦୁଲ ଅଖତାରଙ୍କୁ ବାଲେଶ୍ୱର ଜିଲ୍ଲା ଏବଂ ଗୃହ ବିଭାଗ ଉପ-ସଚିବ ମନୀଷା ବାନାର୍ଜୀଙ୍କୁ ଏସ୍ଆରସି କାର୍ଯ୍ୟାଳୟରେ ସହଯୋଗ ପାଇଁ ଦାୟିତ୍ୱ ଦିଆଯାଇଛି।


