ଆଠଗଡ ବିକାଶ ମଞ୍ଚ ପକ୍ଷରୁ ମାସ୍କ ବଣ୍ଟନ

ଆଠଗଡ :  ସଂପ୍ରତି ଦେଶ ତଥା ରାଜ୍ୟରେ ୪ର୍ଥ ପର୍ଯ୍ୟାୟ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଲୋକମାନେ ସେଥିପ୍ରତି ସଚେତନ ଓ ସତର୍କତା ଅବଲମ୍ବନ କରୁନଥିବା ଦେଖାଯାଉଛି। ଆଠଗଡ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ କରୋନା ସଂକ୍ରମଣରୁ ରକ୍ଷା ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି ଲାଗି ପଦକ୍ଷେପ ଗ୍ରହଣ କରାଯିବା ସହ ଲୋକଙ୍କୁ ମୁଖ ଘୋଡଣି (ମାସ୍କ) ବଣ୍ଟନ କରାଯାଉଛି । ଏହି କ୍ରମରେ ଗୁରୁବାର ଆଠଗଡ ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଆଠଗଡ ଅଦାଲତ ପରିସରକୁ ଆସି ସେଠାରେ କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ଲାଗି ଆଇନଜୀବୀ ଏବଂ ଅଦାଲତକୁ ଆସିଥିବା ସାଧାରଣ ଲୋକଙ୍କୁ ସଚେତନ କରାଇଥିଲେ। ଏଥି ସହିତ ସେ ଆଇନଜୀବୀ ଓ ଅନ୍ୟାନ୍ୟ ଲୋକଙ୍କୁ ମୁଖ ଘୋଡଣି (ମାସ୍କ)ବଣ୍ଟନ କରିବା ସହ ଏହାକୁ ନିୟମିତ ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ନିବେଦନ କରିଥିଲେ। ଏଟିବିଏନ ଓକିଲ ସଂଘର ସଭାପତି ଫଣି ଭୂଷଣ ରଥ, ଆଇନଜୀବୀ ଗୋପରଞ୍ଜନ ପ୍ରଧାନ, ପ୍ରକାଶ କୁମାର ସେଠୀ ଏବଂ ଅନ୍ୟ ଆଇନଜୀବୀମାନେ ବିକାଶ ମଞ୍ଚର ଏଭଳି ଜନହିତକର କାର୍ଯ୍ୟକୁ ପ୍ରଶଂସା କରିଥିଲେ।

Comments are closed.