www.samajalive.in
Saturday, December 6, 2025
16.1 C
Bhubaneswar

ମାସ୍କ ନାହିଁ ତ ରେସନ ନାହିଁ

ବ୍ରହ୍ମପୁର: ଆସନ୍ତାକାଲିଠାରୁ ମାସ୍କ ପିନ୍ଧାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଘରୁ ପଦାକୁ ବାହାରିଲେ ମାସ୍କ ବାଧ୍ୟତାମୂଳକ। ଏପରି କ୍ଷେତ୍ରରେ ବ୍ରହ୍ମପୁର ଦେଶୀ ବେହେରା ମାର୍କେଟ ସଂଘ ପକ୍ଷରୁ ଆରମ୍ଭ ହୋଇଛି ‘ନୋ ମାସ୍କ, ନୋ ରେସନ’ । ଯେଉଁମାନେ ମାସ୍କ ପିନ୍ଧି ଆସିବେ ନାହିଁ ସେମାନଙ୍କୁ କୌଣସି ସାମଗ୍ରୀ ବିକ୍ରି କରାଯିବ ନାହିଁ ବୋଲି ବଜାର କମିଟି ସତର୍କ କରାଇ ଦେଇଛି ।

ଅନ୍ୟପକ୍ଷରେ ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପନିପରିବା କିଣିବାକୁ ହେଲେ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ଏକ ସମୟରେ ଜଣେ ବ୍ୟକ୍ତି ସାମଗ୍ରୀ କିଣାକିଣି କରିପାରିବ ଓ ସର୍ବନିମ୍ନ ୩ରୁ ୬ ଫୁଟ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି । ଏପରି କ୍ଷେତ୍ରରେ ବଜାର କମିଟିର ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସୂଚନାଯୋଗ୍ୟ ଯେ ଗଞ୍ଜାମ ଜିଲା ପ୍ରଶାସନ ମାସ୍କ ନ ପିନ୍ଧିଲେ ଜୋରିମାନା ଆଦାୟ ପାଇଁ ନିର୍ଦେଶ ଦେଇଛି । ମାସ୍କ ନ ପିନ୍ଧି ଘରୁ ବାହାରିଲେ ସହରାଞ୍ଚଳରେ ୧ ହଜାର ଟଙ୍କା ଓ ଗ୍ରାମାଞ୍ଚଳରେ ୫ଶହ ଟଙ୍କା ଜୋରିମାନା ଆଦାୟ କରାଯିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories