www.samajalive.in
Sunday, December 7, 2025
23.1 C
Bhubaneswar

ମସଲା ଡାଲ୍‍ ଫ୍ରାଏ

ଆବଶ୍ୟକ ସାମଗ୍ରୀ
ହରଡ଼ ଡ଼ାଲି – ୧କପ
ବୁଟ ଡ଼ାଲି – ୧ କପ ରୁ କମ
ଲୁଣ – ଆବଶ୍ୟକ ପରିମାଣରେ
ଅଦାରସୁଣ ବଟା – ୨ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଘିଅ – ୪ ଚାମଚ
ଡ଼ାଲଚିନି ଖଣ୍ଡ – ଅଳ୍ପ
ଜିରା – ଅଳ୍ପ
କଟା ପିଆଜ – ୧ଟି
କଟା କଞ୍ଚା ଲଙ୍କା – ୨ଟି
କଟା ଟମାଟୋ – ୧ଟି
ଲଙ୍କା ଗୁଣ୍ଡ – ଅଳ୍ପ
ଆମଚୁର ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଗରମ ମସଲା – ଅଳ୍ପ
ଧନିଆପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ହରଡ଼ ଡ଼ାଲି ଓ ବୁଟ ଡ଼ାଲିକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ଏକ କୁକରରେ ହରଡ଼ ଡ଼ାଲି ଓ ବୁଟ ଡ଼ାଲିକୁ ଚାରି କପରେ ପାଣିରେ ଲୁଣ, ଅଦାରସୁଣ ବଟା, ହଳଦୀ ଗୁଣ୍ଡ ପକାଇ ଗ୍ୟାସରେ ବସାଇ ଦିଅନ୍ତୁ। ୪ରୁ ୫ଟି ସିଟି ହେବା ଯାଏଁ କୁକରକୁ ଗ୍ୟାସରେ ବସାନ୍ତୁ। ୪ ରୁ ୫ଟି ସିଟି ହେବା ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ଜିରା, ଡ଼ାଲଚିନି ପକାଇ କିଛି ସମୟ ପରେ ଅଦାରସୁଣ ବଟା ଓ କଟା ପିଆଜ ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ କଟା କଞ୍ଚା ଲଙ୍କା, ଟମାଟୋ ପକାଇ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ଲଙ୍କା ଗୁଣ୍ଡ, ଆମଚୁର ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସଲା ପକାଇ କିଛି ସମୟ କଷନ୍ତୁ। ଏବେ ଏଥିରେ ସିଝାଇଥିବା ଡ଼ାଲି ପକାଇ ଗୋଳାଇ ଦିଅନ୍ତୁ। ୫ ମିନିଟ ଭଲ ଭାବେ ଫୁଟାନ୍ତୁ। ଫୁଟିବା ପରେ ଏଥିରେ ଅଳ୍ପ ବଟର ଓ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ଡାଲ୍‍ ଫ୍ରାଏ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories