www.samajalive.in
Sunday, December 7, 2025
23.1 C
Bhubaneswar

ନିଶ୍ଚୟ ପ୍ରସ୍ତୁତ କରନ୍ତୁ ଏହି ସ୍ୱାଦିଷ୍ଟ ଚିଙ୍ଗୁଡି

ଆବଶ୍ୟକ ସାମଗ୍ରୀ
ଚିଙ୍ଗୁଡ଼ି – ୪୦୦ ଗ୍ରାମ
ସୋରିଷ ତେଲ – ଆବଶ୍ୟକ ଅନୁଯାୟୀ
କଟା ପିଆଜ – ୨ଟି
କଟା ରସୁଣ – ୪ଟି
କଟା ଅଦା- ଅଳ୍ପ
କଞ୍ଚା ଲଙ୍କା – ୩ଟି
ବଡ଼ ଅଳେଇଚ – ୨ଟି
ଡ଼ାଲଚିନି – ୧ଟି
ଗୁଜୁରାତି – ୩ଟି
ଲବଙ୍ଗ – ୩ଟି
କଟା ଟମାଟୋ – ୧ଟି
ଦହି – ୧ କପ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
କଟା ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ଚିଙ୍ଗୁଡ଼ିକୁ ଭଲ ଭାବେ ଧୋଇ ଅଳ୍ପ ଲୁଣ ଓ ହଳଦୀ ଗୁଣ୍ଡ ଗୋଳାଇ ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଡ଼ାଲଚିନି, ଲବଙ୍ଗ, ଗୁଜୁରାତି, କଞ୍ଚା ଲଙ୍କା, ଅଳେଇଚ, କଟା ପିଆଜ, ଅଦା, ରସୁଣ ପକାଇ ଭାଜନ୍ତୁ। ଭାଜିବା ପରେ ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ପକାଇ ଭଲ ଭାବେ ଭାଜନ୍ତୁ ଓ ଭାଜି ହେବା ପରେ ଏହାକୁ ଏକ ପାତ୍ରକୁ କାଢି ପେଷି (ଗ୍ରାଇଣ୍ଡିଙ୍ଗ ) କରି ଏହି ପେଷ୍ଟକୁ ପାତ୍ରରେ ରଖନ୍ତୁ। ପୁଣି କଡ଼େଇରେ ତେଲ ଗରମ କରି ଚିଙ୍ଗୁଡ଼ିକୁ ଭାଜନ୍ତୁ। ଭଲ ଭାବେ ଭାଜିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। କଡ଼େଇରେ ଆଉ ଥରେ ତେଲ ଗରମ କରି ସେଥିରେ ପାତ୍ରରେ ରଖିଥିବା ପେଷ୍ଟକୁ ପକାନ୍ତୁ ଓ ଭଲ ଭାବେ କଷନ୍ତୁ। କଷିବା ପରେ ଏଥିରେ ଦହି ପକାଇ କିଛି ସମୟ ପରେ ଚିଙ୍ଗୁଡ଼ି ପକାନ୍ତୁ। ଅଳ୍ପ ପାଣି ଦେଇ ୧୦ରୁ ୧୫ମିନିଟ ଗ୍ୟାସରେ ବସାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଚିଙ୍ଗୁଡି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories