www.samajalive.in
Saturday, December 6, 2025
23.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଏହି ମସଲା

ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ସମସ୍ତଙ୍କୁ କମ୍ ମସଲା ଏବଂ ହାଲୁକା ତେଲିଆ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଅସୁସ୍ଥତା ସମୟରେ ଲୋକଙ୍କୁ ଅନେକ ସମୟରେ ଅତି ହାଲୁକା ଖାଦ୍ୟ ଦିଆଯାଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଯଦି ମସଲା ସନ୍ତୁଳିତ ପରିମାଣରେ ଖିଆଯାଏ, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଆୟୁର୍ବେଦରେ ଅନେକ ମସଲା  ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବର୍ଣ୍ଣନା କରାଯାଇଛି ।

ଆୟୁର୍ବେଦ ଅନୁଯାୟୀ, ଆମ ରୋଷେଇ ଘରେ ବ୍ୟବହୃତ ମସଲା କେବଳ ଖାଦ୍ୟର ସ୍ୱାଦ ବଢାଇନଥାଏ ,ବରଂ ସେଥିରେ ଥିବା ଔଷଧୀୟ ଗୁଣ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହିପରି ଅନେକ ଗୁଣ ମସଲାରେ ମଧ୍ୟ ରହିଛି, ଯାହା ଶରୀରରୁ ଅନେକ ରୋଗକୁ ଦୂରେଇ ରଖିଥାଏ। ଏହିପରି କିଛି ମସଲା ବିଷୟରେ ଆସନ୍ତୁ ଜାଣିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।
ରସୁଣ
ଅଧ୍ୟୟନରୁ ଜଣାପଡିଛି ଯେ ଅନେକ ମସଲା ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ, ରସୁଣ ସେଥି ମଧ୍ୟରୁ ଗୋଟିଏ ।  ରସୁଣ ହୃଦୟ ଜନିତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।  ଖରାପ ମେଦ (କୋଲେଷ୍ଟ୍ରଲ) ହ୍ରାସ କରିବାରେ ରସୁଣର ବ୍ୟବହାର ସହାୟକ ହୋଇଥାଏ । ଯାହା ହୃଦରୋଗର ମୁଖ୍ୟ  କାରଣ । ଏହା ବ୍ୟତୀତ ରସୁଣ ରକ୍ତଚାପକୁ ହ୍ରାସ କରିଥାଏ ଏବଂ ରକ୍ତ କଣିକାରେ ଅମ୍ଳଜାନର ମାତ୍ରା (ଆଣ୍ଟିଅକ୍ସିଡାଣ୍ଟର)କୁ ବୃଦ୍ଧି କରିଥାଏ।
ହଳଦୀ
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସମସ୍ତ ଘରେ ବ୍ୟବହୃତ ହଳଦୀ , ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରନ୍ତି । ହଳଦୀ ରେ ମିଳୁଥିବା  ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଯୋଗୁଁ ଏହା ପେଟ ଯନ୍ତ୍ରଣା, ଦାନ୍ତ ଯନ୍ତ୍ରଣା, ଛାତି ଯନ୍ତ୍ରଣା ଦୂର କରିଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ଖାଦ୍ୟରେ ହଳଦୀର ବ୍ୟବହାର କରିବା ଦ୍ୱାରା ଖରାପ କୋଲେଷ୍ଟ୍ରଲ ହ୍ରାସ ହୋଇଥାଏ।  ମଧୁମେହ, ଯକୃତ ଏବଂ ହୃଦୟ ରୋଗୀଙ୍କ ପାଇଁ ହଳଦୀ ଖାଇବା ବିଶେଷ ଲାଭଦାୟକ ହୋଇପାରେ।

- Advertisement -

ଗୋଲମରିଚ
ଗୋଲମରିଚରେ ଅଧିକ ଅମ୍ଳଜାନ ସୃଷ୍ଟିକାରୀ (ଆଣ୍ଟିଅକ୍ସିଡାଣ୍ଟ) ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଯାହା ହଜମ କ୍ରିୟାକୁ ସୁସ୍ଥ ରଖିଥାଏ।  ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।  ପାଣି ସହ ଗୋଲମରିଚ ମିଶାଇ ପିଇଲେ ଏହା ପେଟର ବୃଦ୍ଧି ମାତ୍ରାକୁ କମ କରିଥାଏ। କ୍ଷୀରରେ ଅଳ୍ପ ଗୋଲମରିଚ ମିଶାଇ ପିଇବା ଦ୍ୱାରା ଆପଣଙ୍କୁ ନିୟମିତ ଲାଗି ରହୁଥିବା ଥଣ୍ଡା ଜନିତ ସମସ୍ୟା ଦୂର କରିଥାଏ। ପାଣିରେ ଗୋଲମରିଚ ମିଶାଇ ପିଇବା ଦ୍ୱାରା ,ଆପଣଙ୍କ ଶରୀରରେ ଜଳୀୟଅଂଶ ସଠିକ ମାତ୍ରାରେ ରହେ। ଫଳରେ ଆପଣଙ୍କୁ ହାଲିଆ ଅନୁଭବ ହୋଇନଥାଏ। ଚର୍ମ ମଧ୍ୟ ସୁସ୍ଥ ରହିଥାଏ। ଯେଉଁମାନଙ୍କ କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ସେମାନେ ନିୟମିତ ପାଣିରେ ଗୋଲମରିଚ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories