www.samajalive.in
Saturday, December 6, 2025
26.1 C
Bhubaneswar

ରେଳ ଓଭରବ୍ରିଜ ନିର୍ମାଣ ସ୍ଥାନାନ୍ତର ଦାବୀରେ ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘର ଗଣଧାରଣା

ସାକ୍ଷୀଗୋପାଳ: ସାକ୍ଷୀଗୋପାଳ ବଜାରରେ ପ୍ରସ୍ତାବିତ ରେଳ ଓଭର ବ୍ରିଜ ନିର୍ମାଣ ସ୍ଥାନାନ୍ତର ଦାବୀ କରି ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘ ତରଫରୁ ସତ୍ୟବାଦୀ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଗଣଧାରଣା ଆରମ୍ଭ ହୋଇଛି । ଏହି ପ୍ରସ୍ତାବିତ ରେଳ ଓଭର ବ୍ରିଜ ପ୍ରସ୍ତାବିତ ସ୍ଥାନଠାରୁ ୩୦୦ ମିଟର ଦୂରକୁ କିମ୍ବା ନୂତନ ବାଇପାସ ରାସ୍ତାକୁ ସ୍ଥାନାନ୍ତର କରିବା ନିମନ୍ତେ ବ୍ୟବସାୟୀ ସଂଘ ତରଫରୁ ଦାବୀ ହୋଇଛି ।

ସାକ୍ଷୀଗୋପାଳ ବଜାରରେ ବ୍ୟବସାୟ କରି ଶତାଧିକ ବ୍ୟବସାୟୀ ନିଜର ଜୀବିକା ନିର୍ବାହ କରୁଛନ୍ତି। ରେଳ ଓଭର ବ୍ରିଜ ନିର୍ମାଣ କରାଗଲେ ଏହି ବ୍ୟବସାୟୀମାନେ ବେସାହାରା ହୋଇଯିବେ। ଏହି ରେଳ ଓଭର ବ୍ରିଜ଼ ସ୍ଥାନ ପରିବର୍ତ୍ତନ ନିମନ୍ତେ ବ୍ୟବସାୟୀ ସଂଘ ତରଫରୁ ଅତୀତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏ ସମ୍ପର୍କିତ ଏକ ମୋକଦ୍ଦମା ମାନ୍ୟବର ସୁପ୍ରିମକୋର୍ଟଙ୍କ ଇଜିଲାସରେ ବିଚାରାଧୀନ ରହିଛି। ବ୍ୟବସାୟୀ ସଂଘ ସଭାପତି ବୀରେନ୍ଦ୍ର ଭୂଷଣ ହୋତା, ଉପ ସଭାପତି ଶଙ୍କର ପ୍ରଧାନ, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ସହ ସମ୍ପାଦକ ବିଷ୍ଣୁ ପ୍ରସାଦ ମିଶ୍ର, ପୂର୍ବତନ ସରପଞ୍ଚ ଦେବ ମହାପାତ୍ର, ଓଡିଶା ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ଗୋପୀନାଥ ମିଶ୍ର ଓ ବିନୟ ନୃସିଂହ ମହାପାତ୍ରଙ୍କ ସମେତ ଶତାଧିକ ବ୍ୟବସାୟୀ ଏହି ଗଣଧାରଣା ଓ ପ୍ରତିବାଦ ସଭାରେ ଉପସ୍ଥିତ ରହିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories