www.samajalive.in
Saturday, December 6, 2025
23.1 C
Bhubaneswar

ରୁସ୍‌ରେ ପୁଣି ଲକ୍‌ଡାଉନ୍‌

ମସ୍କୋ: ରୁସ୍‌ରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୁଣି ଥରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଔଷଧ ଓ କିଛି ଜରୁରୀ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି। ରୁସ୍‌ରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪୦ ହଜାରରୁ ଊର୍ଦ୍ଧ୍ବ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୧୧୫୯ ଲୋକଙ୍କ ମୃତ୍ୟୁ ଘଟିଛି। କରୋନା ଶୃଙ୍ଖଳ ଭାଙ୍ଗିବା ପାଇଁ ପୁତିନ ସରକାର ୧୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

ଗୁରୁବାରଠାରୁ ରୁସ୍‌ରେ ସ୍କୁଲ, କଲେଜ, ମଲ୍‌, ରେଷ୍ଟୁରାଷ୍ଟ ସମେତ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। କେବଳ ଔଷଧ ଓ ଅତ୍ୟାବଶ୍ୟକ ଦୋକାନ ଖୋଲିବା ପାଇଁ ଅନୁମତି ରହିଛି। ସଂକ୍ରମଣ ବୃଦ୍ଧିକୁ ନେଇ ଡାକ୍ତରମାନେ କହିଛନ୍ତି ଯେ, ଆସୁଥିବା ଅଧିକାଂଶ କରୋନା ରୋଗୀ ଟିକା ନେଇନାହାନ୍ତି। ମସ୍କୋର ବଲଜିସ୍କି ହସ୍ପିଟାଲର ଡାକ୍ତର ରୋମାନ ମିରୋନୋବ କହିଛନ୍ତି, ‘‘ଆମ ହସ୍ପିଟାଲ ଶଯ୍ୟା ଭର୍ତ୍ତି ଅଛି। ଦୈନିକ ପ୍ରାୟ ୧୦ ପ୍ରତିଶତ ରୋଗୀ ଡାକ୍ତରଖାନାରୁ ଘରକୁ ଫେରୁଛନ୍ତି। ସେହି ପରିମାଣରେ ରୋଗୀ ଭର୍ତ୍ତି ମଧ୍ୟ ହେଉଛନ୍ତି। ପୂର୍ବ ଲହର ଅପେକ୍ଷା ଏଥର ଅଧିକ ଆକ୍ରାନ୍ତ ଆସୁଛନ୍ତି’’।

- Advertisement -

ସୂଚନାଯୋଗ୍ୟ, ରୁସ୍‌ରେ ଟିକାକରଣ ଅଭାବ ଚିନ୍ତାର କାରଣ ପାଲଟିଛି, ଯେଉଁଥିପାଇଁ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି।

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories