ମାରୁତିର ଏହି କାରରେ ପ୍ରଥମ ଥର ଆସିଲା ବଡ ରିହାତି, ଦଶହରା ପର୍ଯ୍ୟନ୍ତ ମିଳିବ ସୁବିଧା

ନୂଆଦିଲ୍ଲୀ : ମାରୁତି ସୁଜୁକି ଏହି ମାସରେ ପ୍ରଥମ ଥର ନିଜ ସବୁଠାରୁ ମହଙ୍ଗା ଏବଂ ବିଳାସପୂର୍ଣ୍ଣ ଏମପିଭିରେ ରିହାତି ନେଇଆସିଛି । କମ୍ପାନୀ କିଛି ଡିଲରସିପରେ ଏହି କାରରେ ଚଳିତ ମାସରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛି । ଏହା ସହିତ କମ୍ପାନୀ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍ ମଧ୍ୟ ଦେଉଛି । ତେବେ ଗ୍ରାହକଙ୍କୁ ଏକ୍ସଚେଞ୍ଜ ବୋନସର ଫାଇଦା ପୁରୁଣା ଆର୍ଟିଗା, ଏକ୍ସଏଲ୬ ବା ଟୁର୍ ଏମରେ ହିଁ ମିଳିବ । ଗ୍ରାହକଙ୍କୁ ଏହି ରିହାତିର ଫାଇଦା ୧୨ ଅକ୍ଟୋବର ପର୍ଯ୍ୟନ୍ତ ମିଳିବ । ଏହାର ଏକ୍ସ-ଶୋରୁମ୍ ଦାମ୍ ୨୫.୨୧ ଲକ୍ଷ ଟଙ୍କାରୁ ୨୮.୯୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ ।

ମାରୁତି ଇନଭିକ୍ଟୋକୁ ହାଇବ୍ରିଡ୍ ସିଷ୍ଟମ ସହିତ ୨.୦ ଲିଟର ଟିଏନଜିଏ ଇଞ୍ଜିନ୍ ଦେଉଛି । ଏହା ୧୮୩ ଏଚପି ପାଓ୍ବର ଓ ୧୨୫୦ ଏନଏମର ଟର୍କ ଉତ୍ପନ କରିଥାଏ । ଏହି କାର୍ ୯.୫ ସେକେଣ୍ଡରେ ଶୂନ୍ୟରୁ ୧୦୦ କିମି ଘଣ୍ଟା ପ୍ରତି ସ୍ପିଡ୍ ଧରିପାରେ । ଏହାର ମାଇଲେଜ୍ ୨୩.୨୪ କିଲୋମିଟର ବୋଲି କମ୍ପାନୀ ସୂଚନା ଦେଇଛି । ଏଥିରେ ଡିଆରଏଲ୍ ସହିତ ସ୍ଲିକ ଏଲଇଡି ହେଡଲାଇଟ, କ୍ରୋମ୍ ହେକ୍ସଗନଲ ଗ୍ରିଲ ମିଳିବ । କେବିନରେ ଡୁଆଲ ଟୋନ୍ ଡ୍ୟାଶବୋର୍ଡ, ଲେଦର ଅପହୋଲଷ୍ଟ୍ରି ସହିତ ପାଓ୍ବର୍ଡ ଅଟୋମନ ସିଟ୍ସ, ଇଣ୍ଟିଗ୍ରେଟେଡ୍ ମୁଡ୍ ଲାଇଟିଂ ସହିତ ପାନାରୋମିକ୍ ସନରୁଫ୍, ମଲ୍ଟି ଜୋନ୍ କ୍ଲାଇମେଟ୍ କଣ୍ଟ୍ରୋଲ ଏବଂ ମଲ୍ଟି ଫଙ୍କସନାଲ ଷ୍ଟିୟରିଂ ହ୍ବିଲ ଦେଇଛି କମ୍ପାନୀ ।

Comments are closed.