www.samajalive.in
Saturday, December 6, 2025
15.1 C
Bhubaneswar

ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ପରିବାର ସଦସ୍ୟ ହୋଇଥାଆନ୍ତୁ ଅଥବା ପତୀପତ୍ନୀ ସଭିଁଙ୍କ ମଧ୍ୟରେ ଭଲପାଇବା ରହିବା ନିତ୍ୟାନ୍ତ ଆବଶ୍ୟକ। ପରସ୍ପର ମଧ୍ୟରେ ଭଲ ପାଇବା ନଥିଲେ ଜୀବନ ମୂଲ୍ୟହୀନ ଲାଗିଥାଏ। ବିଶ୍ୱାସରେ ସ୍ଥାପିତ ହୋଇଥିବା ସଂପର୍କରେ ସମସ୍ୟା ସୃଷ୍ଟି ହେଲେ ଏହାର ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ପଡ଼ିଥାଏ। ଆସନ୍ତୁ ଜାଣିବା କିଛି ସହଜ ଉପାୟ ବିଷୟରେ ଯାହାକୁ ମାନିଲେ ପରସ୍ପର ମଧ୍ୟରେ ସର୍ବଦା ଭଲ ପାଇବା ରହିଥାଏ।

ଦାମ୍ପତ୍ୟ ଜୀବନ ସର୍ବଦା ସୁଖମୟ ରଖିବା ପାଇଁ ନିଜ ଶୋଇବା କକ୍ଷରେ ଶଙ୍ଖ କିମ୍ବା ଶାମୁକା ରଖନ୍ତୁ।


ଦୁଇରୁ ଅଧିକ ମହିଳାଙ୍କ ଫଟୋ ଲଗାନ୍ତୁ ନାହିଁ। ପତ୍ନୀଙ୍କୁ ସର୍ବଦା ପତିଙ୍କର ବାମ ପଟେ ଶୋଇବା ଉଚିତ।


ଗୋଲାପୀ ରଙ୍ଗର ପରଦା ନିଜ କକ୍ଷରେ ଲଗାନ୍ତୁ।


ଗେଣ୍ଡୁଫୁଲରେ ସିନ୍ଦୂର ଲଗାଇ ମା’ବୃନ୍ଦାବତୀଙ୍କୁ ଅର୍ପଣ କରନ୍ତୁ।


ଗୃହରେ ଯେତେବେଳେ ଖାଦ୍ୟ ପ୍ରସ୍ତୁତ ହେଉଛି ପ୍ରଥମ ରୁଟି ଗାଈ ପାଇଁ ଓ ଶେଷ ରୁଟି କୁକୁର ପାଇଁ ନିଶ୍ଚୟ ରଖନ୍ତୁ। ଏପରି କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ।


ଶୋଇବା କକ୍ଷରେ ନିଜର ବିଛଣା ଝରକା ଠାରୁ ଦୂରରେ ରହିବା ଉଚିତ। ଏପରି କରିବା ଦ୍ୱାରା ପତିପତ୍ନୀଙ୍କ ମଧ୍ୟରେ କଳହ ହୋଇନଥାଏ।


ଗୁରୁବାର ଦିନ ସ୍ୱାମୀ-ସ୍ତ୍ରୀ ଏକତ୍ରିତ କଦଳୀ କିମ୍ବା ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ।


ଶନିବାର ଦିନ ଆମ୍ବ କିମ୍ବା ଅଶୋକର ପତ୍ରର ତୋରଣ ଶୋଇବା କକ୍ଷରେ ଲଗାନ୍ତୁ। ଏପରି କରିବା ଦ୍ୱାରା ସଂପର୍କରେ ସର୍ବଦା ମଧୁରତା ରହିଥାଏ।


ଅଶ୍ୱତ୍ଥ କିମ୍ବା କଦଳୀ ଗଛକୁ ନିୟମିତ ପୂଜା କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ସର୍ବଦା ସୁଖମୟ ହୋଇଥାଏ।


ନିଜ ଜୀବନସାଥିଙ୍କୁ କଷ୍ଟ ଦେବା ଭଳି କାର୍ଯ୍ୟ କରନ୍ତୁ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories