www.samajalive.in
Sunday, December 7, 2025
23.1 C
Bhubaneswar

କୋଟିପତି ସ୍ୱାମୀଙ୍କୁ ଛାଡି ଅଟୋରିକ୍ସା ଚାଳକଙ୍କ ସହିତ ମଧ୍ୟବୟସ୍କା ଚମ୍ପଟ; ନେଇଗଲେ ୪୭ ଲକ୍ଷ ଟଙ୍କା

ଇନ୍ଦୋର: ନିଜର କୋଟିପତି ସ୍ୱାମୀଙ୍କୁ ଛାଡି ଜଣେ ବିବାହିତା ମହିଳା ଜଣେ ଅଟୋରିକ୍ସା ଚାଳକଙ୍କ ସହିତ ଚମ୍ପଟ ମାରିଛନ୍ତି । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତ ମାସ ୧୩ ତାରିଖ ଦିନ ଇନ୍ଦୋରର ଖଜରାନା ଅଞ୍ଚଳରେ ଏହି ଘଟଣା ଘଟିଛି । ତେବେ ମହିଳାଙ୍କ ସ୍ୱାମୀ ପୁଲିସ ନିକଟରେ ନିଜ ପତ୍ନୀ ନିଖୋଜ ହେବା ସମ୍ପର୍କରେ ଅଭିଯୋଗ କରିବାପରେ ଘଟଣା ସର୍ବସମ୍ମୁଖକୁ ଆସିଛି । ମହିଳା ଜଣକ କେବଳ ଅଟୋରିକ୍ସା ଚାଳକ ସହିତ ପଳାଇ ଯାଇନାହାନ୍ତି, ସାଙ୍ଗରେ ୪୭ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଥିବା ଅଭିଯୋଗରୁ ଜଣାଯାଇଛି । ଅନ୍ୟ ଏକ ମୁଖ୍ୟ କଥା ହେଉଛି, ଉକ୍ତ ଅଟୋରିକ୍ସା ଚାଳକ ମହିଳାଙ୍କ ଠାରୁ ବୟସରଙ୍କ ୧୩ ବର୍ଷ କମ୍‍ ବୋଲି ମଧ୍ୟ ଜାଣିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଅଟୋରିକ୍ସା ଚାଳକ ଜଣକ ମହିଳାଙ୍କୁ ତାଙ୍କ ଘରେ ଛାଡିଥାନ୍ତି । ଏହି ଚାଳକଙ୍କ ବୟସ ୩୨ ବର୍ଷ ଏବଂ ତାଙ୍କ ନାମ ଇମ୍ରାନ । ମହିଳାଙ୍କ ସ୍ୱାମୀ ଅଭିଯୋଗ କରିବା ପରେ ପୁଲିସ ଖଣ୍ଡୱା, ଜାଭରା, ଉଜ୍ଜୟୀନ ଏବଂ ରତଲମ ଆଦି ସ୍ଥାନରେ ଚଢଉ କରିଥିଲା । କିଛି ପୁଲିସ ଅଧିକାରୀ ଇମ୍ରାନଙ୍କ ସାଙ୍ଗ ତଥା ଅନ୍ୟ ଜଣେ ଅଟୋଚାଳକଙ୍କ ଘରୁ ୩୩ ଲକ୍ଷ ଟଙ୍କା ଜବତ କରିଛନ୍ତି । ମହିଳା ଜଣକ ଅକ୍ଟୋବର ୧୩ ତାରିଖରେ ଘରକୁ ନଫେରିବାରୁ ତାଙ୍କ ସ୍ୱାମୀ ତାଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ । ପରେ ସେ ଜାଣିବାକୁ ପାଇଲେ ଯେ ଘରେ ୪୭ ଲକ୍ଷ ଟଙ୍କା ମଧ୍ୟ ନାହିଁ । ଉକ୍ତ ଟଙ୍କାକୁ ସେ ଆଲମାରୀ ଥାକରେ ରଖିଥିଲେ । ସେ ତୁରନ୍ତ ପୁଲିସରେ ଜଣାଇବା ପରେ ଅଟୋଚାଳକ ଏବଂ ମହିଳାଙ୍କୁ ପୁଲିସ ଖୋଜିବା ଆରମ୍ଭ କରିଦେଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କର ସନ୍ଧାନ ମିଳିପାରିନାହିଁ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories