www.samajalive.in
Saturday, December 6, 2025
14.1 C
Bhubaneswar

ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାର ଉପାୟ

ବିବାହର ବନ୍ଧନ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। ଏହି ସଂପର୍କକୁ ଉଭୟ ପତି ପତ୍ନୀଙ୍କୁ ସାରା ଜୀବନ ଅତିବାହିତ କରିବାକୁ ପଡ଼ିଥାଏ। ଏକ ପବିତ୍ର ବନ୍ଧନ ଓ ବିଶ୍ୱାସ ସହ ଏହି ସଂପର୍କ ଜଡ଼ିତ। ଏହି ସଂପର୍କର ଡ଼ୋର ଦୁର୍ବଳ ହେଲେ ସାରା ଜୀବନ ଦୁଃଖରେ ଭରିଯାଏ ଓ ସମସ୍ତ ଖୁସି ଦୂର ହୋଇଯାଏ। କିଛି ସରଳ ସହଜ ଉପାୟରେ ଦ୍ୱାରା ଦାମ୍ପତ୍ୟ ଜୀବନକୁ ସୁଖମୟ କରିପାରିବା….
ନିୟମିତ କଦଳୀ ବୃକ୍ଷକୁ ପୂଜା କଲେ, ଦାମ୍ପତ୍ୟ ଜୀବନରେ କଳହ ଦୂର ହୋଇଥାଏ।
ପ୍ରଭୁ ମହାଦେବ ଏବଂ ମାତା ପାର୍ବତୀଙ୍କୁ ନିୟମିତ ପୂଜାର୍ଚ୍ଚନା କଲେ, ଦାମ୍ପତ୍ୟ ଜୀବନରେ ସୁଖମୟ ହୋଇଥାଏ।
ଯେଉଁ ଗୃହରେ ମହିଳାମାନେ ନିୟମିତ ମା’ ତୁଳସୀ ବୃକ୍ଷକୁ ପୂଜା କରନ୍ତି ସେମାନଙ୍କୁ ସୌଭାଗ୍ୟର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।
ଶୟନକକ୍ଷରୁ ନକରାତ୍ମକ ଶକ୍ତି ଦୂର କରିବା ନିମନ୍ତେ ୨ଟି କର୍ପୁର ଆଳତୀ ଶୟନକକ୍ଷରେ କରନ୍ତୁ।
ଶୟନକକ୍ଷରେ ଅଇଁଠା ବାସନ ଆଦୌ ରଖନ୍ତୁ ନାହିଁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଏ ଓ ଅଶାନ୍ତି ସୃଷ୍ଟି ହୋଇଥାଏ।
ଶୟନକକ୍ଷରେ କୌଣସି ଦେବାଦେବୀଙ୍କ ଫଟୋ ରଖନ୍ତୁ ନାହିଁ।
ପତିପତ୍ନୀଙ୍କ ଏକ ସୁନ୍ଦର ଓ ହସୁଥିବା ଫଟୋ ଗୃହର ଦକ୍ଷିଣ- ପଶ୍ଚିମ କୋଣରେ ଲଗାନ୍ତୁ। ଏହା ଦ୍ୱାରା ସଂପର୍କରେ ସର୍ବଦା ମଧୁରତା ରହିଥାଏ।
ଶୋଇବା ଖଟରେ କୌଣସି ପୋଷା ଜନ୍ତୁଙ୍କୁ ଚଢିବାକୁ ଦିଅନ୍ତୁ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories