ବୁଗୁଡ଼ା : ଜଣେ ନାବାଳିକାକୁ ବିବାହ ଯୋଜନା ପଣ୍ଡ ହୋଇଛି । ବିବାହ ବେଦୀକୁ ଯିବା ପୂର୍ବରୁ କନ୍ୟାକୁ ଉଠାଇ ଆଣିଛି ପୁଲିସ । ଏହି ଘଟଣା ପୋଲସରା ଥାନା ଅନ୍ତର୍ଗତ ବେଲଗାଁରେ ଘଟିଛି । ଆଜି ବିବାହ ଥିବାରୁ ଘର ଲୋକେ ଝିଅକୁ କନ୍ୟା ବେଶରେ ସଜାଇ ବର ଘର ବେଲଗାଁରେ ପହଂଚିବା ପରେ ଶାଶୁ ଘର ଲୋକେ ଗାଁ ଲୋକଙ୍କୁ ଭୋଜି ଦେଇଥିଲେ । କିଛି ସମୟ ପରେ ବର କନ୍ୟା ବେଦୀକୁ ଯାଇଥାନ୍ତେ ହେଲେ ନାବାଳିକାର ମା ସବିତା ନାୟକ ଏନେଇ ପୁଲିସକୁ ଖବର ଦେବା ପରେ ବୁଗୁଡ଼ା ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ଉଦ୍ଧାର କରି ବୁଗୁଡ଼ା ଥାନାକୁ ଆଣିବା ପରେ ଚାଇଲଡ ଲାଇନ ସଦସ୍ୟଙ୍କ ସହ ଯୋଗାଯୋଗ କରି ବ୍ରହ୍ମପୁର ପଠାଇ ଥିବା ଜଣାପଡିଛି । ସୂଚନା ଅନୁସାରେ ପୋଲସରା ଥାନା ବେଲଗାଁର ଭାସ୍କର ନାୟକଙ୍କ ପୁଅର ବାହାଘର ବୁଗୁଡ଼ା ଥାନା ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମର ରାମଚନ୍ଦ୍ର ନାୟକଙ୍କ ଝିଅ ସହ ସ୍ଥିର ହେବା ପରେ ଆଜି ବାହାଘର ପାଇଁ ପ୍ରସ୍ତୁତି ଚାଲି ଥିବା ବେଳେ ଝିଅକୁ ୧୮ ବର୍ଷ ହୋଇନଥିବା ନେଇ ନାବାଳିକାଙ୍କ ମା ଅଭିଯୋଗ କରିଥିଲେ ।
Popular Categories



