www.samajalive.in
Saturday, December 6, 2025
26.1 C
Bhubaneswar

୫ମ ବିବାହକୁ ନେଇ ଗଣ୍ଡଗୋଳ; ଭିଣୋଇର ଭୁଜାଲି ମାଡରେ ଶାଳକ ମୃତ

ଭଦ୍ରକ: ଭିଣୋଇର ଭୁଜାଲି ମାଡରେ ଶାଳକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତଲୋକ ଅଭିଯୁକ୍ତ ଭିଣୋଇ ଘର ସହ ଦୁଇଟି ଅଟୋ ଜାଳି ଦେଇଛନ୍ତି । ଏହି ଅଭାବନୀୟ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସହିଡାବାଦରେ ଘଟିଛି ।

ସୂଚନା ଅନୁଯାୟୀ, ସେକ ସାଦିକ ନାମକ ଜଣେ ଯୁବକ ସେହି ଗ୍ରାମର ସକିମ ଖାଁଙ୍କ ଭଉଣୀକୁ ବିବାହ କରିଥିଲେ । ଏହାର କିଛି ଦିନ ବ୍ୟବଧାନ ମଧ୍ୟରେ ସେକ ସାଦିକ ଅନ୍ୟ ୪ଟି ବିବାହ କରିଥିଲେ । ଏହାକୁ ନେଇ ସାଦିକ ଓ ତାଙ୍କ ଶଳା ସକିମ ଖାଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ପୁଣି ସାଦିକଙ୍କ ୫ମ ବିବାହ ନେଇ ଖବର ମିଳିଲା ପରେ ଗତକାଲି ଉଭୟ ଶଳା ଭିଣୋଇଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହି ଘଟଣାରେ ଭିଣୋଇ ସାଦିକ ସକିମ କୁ ଏକ ଭୁଜାଲିରେ ନୃସଂଶ ଭାବେ ହତ୍ୟା କରିଥିଲା । ହତ୍ୟା କରିବା ପରେ ଅଭିଯୁକ୍ତ ସାଦିକ ଓ ଏହି ହତ୍ୟା କାଣ୍ଡରେ ସହଯୋଗ କରିଥିବା ତାଙ୍କ ଭାଇ ସେକ କାଦିର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏହି ଘଟଣା ପ୍ରଚାର ହେବା ପରେ ସାଦିକଙ୍କ ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ସକିମଙ୍କ ଘର ଓ ଦୁଇଟି ଅଟୋକୁ ନିଆଁ ଲଗାଇ ଜାଳି ଦେଇଛନ୍ତି । ପରେ ସେଠାରେ ଉତ୍ତେଜନା ଲାଗିଥିବା ବେଳେ ପୁରୁଣାବଜ଼ାର ପୁଲିସ ଓ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories