www.samajalive.in
Saturday, December 6, 2025
14.1 C
Bhubaneswar

ବେଆଇନ ଟେଲିଫୋନ୍‍ ଏକ୍ସଚେଞ୍ଜ ମାମଲା ; ମାରାନ ଭ୍ରାତାଙ୍କ ଆବେଦନ ଖାରଜ

ମାଡ୍ରାସ : ବେଆଇନ ଟେଲିଫୋନ ଏକ୍ସଚେଞ୍ଜ କାରବାର ମାମଲାରେ ପୂର୍ବତନ ଯୋଗାଯୋଗ ମନ୍ତ୍ରୀ ଦୟାନିଧି ମାରନ ଏବଂ ତାଙ୍କ ଭାଇ କଳାନିଧି ମାରନ କରିଥିବା ଏକ ଆବେଦନକୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ନିଜ ବିରୋଧରେ ଥିବା ଟେଲିଫୋନ ଏକ୍ସଚେଞ୍ଜ ଦୁର୍ନୀତି ଅଭିଯୋଗ ରଦ୍ଦ କରିବା ନିମନ୍ତେ ଦୁଇ ଭାଇ ହାଇକୋର୍ଟରେ ଆବେଦନ କରିଥିଲେ। କୌଣସି ଦସ୍ତାବିଜ୍‍କୁ ବିଚାରକୁ ନ ନେଇ ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ମତାମତକୁ ଭିତ୍ତି କରି ସିବିଆଇ କୋର୍ଟ ସେମାନଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରଣ କରିଥିବା ସେମାନେ ଦର୍ଶାଇଥିଲେ। ଉଲ୍ଲେଖ ଯେ ୨୦୦୪-୦୫ରେ ଭାଇ କଳାନିଧିଙ୍କ ଦ୍ୱାରା ପରିଚାଳିତ ସନ୍‍ ଟିଭି ନେଟୱର୍କକୁ ଲାଭବାନ କରାଇବା ନିମନ୍ତେ କ୍ଷମତାର ଅନୁଚିତ ଉପଯୋଗ ପୂର୍ବକ ବେଆଇନ ଭାବେ ଟେଲିଫୋନ ଏକ୍ସଚେଞ୍ଜ ପ୍ରତିଷ୍ଠା କରିଥିବା ନେଇ ଦୟାନିଧି ତଥା ଅନ୍ୟ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
ଏହା ଉପରେ ଶୁଣାଣି କରି ସିବିଆଇ କୋର୍ଟ ଅଗଷ୍ଟ ୩୦ରେ ଦୟାନିଧିଙ୍କ ବିରୋଧରେ ଶୁଣାଣି ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ। ସାଂସଦ ବେତନ ଓ ଭତ୍ତା ଆଇନ ଅନୁସାରେ ମାତ୍ର ତିନୋଟି ଟେଲିଫୋନ୍‍ ଏକ୍ସଚେଞ୍ଜ ପ୍ରତିଷ୍ଠା କରିବାର ନିୟମ କେବଳ ସାଂସଦଙ୍କ କ୍ଷେତ୍ରରେ ଲାଗୁ ହୁଏ। କିନ୍ତୁ ତିନିରୁ ଅଧିକ ଟେଲିଫୋନ୍‍ ଏକ୍ସଚେଞ୍ଜ ବ୍ୟବହାର କରିବା ନେଇ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ପାଇଁ କୌଣସି କଟକଣା ନ ଥିବା ମାରାନ ଯୁକ୍ତି ବାଢିଥିଲେ। ମାରାନଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଅଭିଯୋଗ ରଦ୍ଦ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories