ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଲିସକୁ ଏକ ବଡ ସଫଳତା ମିଳିଛି। ସୁକୁମା ଜିଲାର ୭ ଜଣ ଦୁର୍ଦାନ୍ତ ମାଓବାଦୀଙ୍କୁ ପୁଲିସ ଗିରଫ କରିଛି। ବସ୍ତର ଡିଆଇଜି ବିବେକାନନ୍ଦ ସିହ୍ନା, ଏସ୍ପି ଅଭିଶେକ ମୀନା ଏକ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି। ଗିରଫ ମାଓବାଦୀମାନେ ବୁତ୍ରା ନାରାୟଣ, କାକ ସୀତା, କୁରେନ ମିତା, ଟି. ରାମବାବୁ, ତାରକା ଧର୍ମା, ତାର୍ଲା ରାମବାବୁ, କମାରନ ନରସିଂହା କୁଂଟା ଏଲ୍.ଓ.ଏସ। ଏମାନେ ଜନ ମିଲିସିଆ ସଦସ୍ୟ ଭାବେ ୨୦୦୨ରୁ କାର୍ଯ୍ୟ କରୁଥିଲେ। ମାଲକାନଗିରି ସମେତ ଛତିଶଗଡରେ ପୁଲିସ ସହ ଗୁଳି ବିନିମୟ, ଲାଣ୍ଡ ମାଇନ୍ ବିସ୍ଫୋରଣ, ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା ଭଳି ଏକାଧିକ ମାଓ ହିଂସାରେ ଏମାନେ ଜଡିତ ଥିବା ପୁଲିସ କହିଛି। ଏମାନଙ୍କ ସମସ୍ତଙ୍କ ନାମରେ ୭ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିବା ବେଳେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏସ୍ଟିଏଫ ପକ୍ଷରୁ ସୁକୁମା ଜିଲା କୁକାନାର ଅଂଚଳରେ କମ୍ବିଂ ସମୟରେ ଏମାନଙ୍କୁ ଗିରଫ କରାଯାଇଥିବା ଡିଆଇଜି. ଶ୍ରୀ ସିହ୍ନା ସୂଚନା ଦେଇଛନ୍ତି।
Popular Categories



