www.samajalive.in
Saturday, December 6, 2025
15.1 C
Bhubaneswar

ମାଓବାଦୀଙ୍କ ବିରୁଦ୍ଧରେ ଆରମ୍ଭ ହେବ ବଡ଼ ଅଭିଯାନ

ନୂଆଦିଲ୍ଳୀ : ସହାରୀ ମାଓବାଦୀ ବିବାଦ ମଧ୍ୟରେ ମୋଦୀ ସରକାର ମାଓବାଦୀଙ୍କ ବିରୁଦ୍ଧରେ ଅଭିଯାନକୁ ତୀବ୍ର କରିବା ପାଇଁ ସ୍ଥିର କରିଛନ୍ତି। ଏଥି ପାଇଁ ଅପରେସନ ଗ୍ରୀନହଣ୍ଟକୁ ଅଧିକ ବ୍ୟାପକ ଏବଂ ପ୍ରଭାବଶାଳୀ କରିବା ପାଇଁ ନିଷ୍ପତ୍ତି ହୋଇଛି। ମାଓବାଦା ବା ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡିକରେ ମିଳିଥିବା ସଫଳତାରେ ଉତ୍ସାହିତ ହୋଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ନିଆଯାଇଥିବା ସବୁଠାରୁ ବଡ଼ ଅଭିଯାନ ଚଲାଇବାକୁ ସ୍ଥିର କରିଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଚଳିତ ମାସରେ ସମସ୍ତ ପ୍ରଭାବିତ ଜିଲ୍ଲାର ପୁଲିସ ଅଧିକ୍ଷକଙ୍କ ବୈଠକ ଡକାଯାଇଛି। ଏହି ଅଭିଯାନକୁ ସଫଳ କରିବା ନେଇ ବୈଠକରେ ଆଲୋଚନା କରାଯିବ। ବୈଠକର ତାରିଖ ଚଳିତ ସପ୍ତାହରେ ସ୍ଥିର ହେବ।

- Advertisement -

ଏହି ନକ୍ସଲ ବିରୋଧୀ ଅଭିଯାନକୁ ଅନ୍ତିମ ରୂପ ଦେବା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସ୍ୱୟଂ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଲାଗିପଡିଛନ୍ତି। ବିଗତ ବର୍ଷ ଛତିଶଗଡ଼ ସୁକମାରେ ଆକ୍ରମଣ ପରେ ଅନେକ ନକ୍ସଲ ପ୍ରଭାବିତ ଜିଲ୍ଲା ଗସ୍ତ କରି ସେଠାକର ଗ୍ରାଉଣ୍ଡ ରିପୋର୍ଟ ଆଧାରରେ ଏହି ଅଭିଯାନ ପ୍ରସ୍ତୁତ କରାଯାଉଛି।
ସୂଚନା ଯୋଗ୍ୟ ନକ୍ସଲ ପ୍ରଭାବିତ ଓଡ଼ିଶାର ୧୯ଟି ଜିଲ୍ଳା ମଧ୍ୟରୁ ୮ଟି ଜିଲ୍ଳାକୁ ନକ୍ସଲ ବା ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦେଶରୁ ୨୦ଟି ଜିଲ୍ଲାକୁ ନକ୍ସଲ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories