ଛତିଶଗଡ : ୨ ଯବାନ ଆହତ

0

ରାୟପୁର : ଛତିଶଗଡ଼ର ସୁକ୍‍ମା ଜିଲ୍ଲା ଅନ୍ତର୍ଗତ ବସ୍ତର ଡିଭିଜନରେ ଶନିବାରି ରାତିରେ ମାଓବାଦୀମାନଙ୍କ ସହ ଗୁଳିବିନିମୟରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। କସ୍ତାରାମ ଅଞ୍ଚଳରେ ସେହି ଗୁଳିବିନିମୟ ଘଟିଥିବା ପୁଲିସ ସୂତ୍ରରୁ ଜଣାପଡିଛି। ଏଥିରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ବାହିନୀର ଜଣେ ପ୍ଲାଟୁନ୍‍ କମାଣ୍ଡର୍‍ଙ୍କ ସମେତ ଆଉ ଜଣେ ଯବାନ ଆହତ ହୋଇଛନ୍ତି। ତେବେ ଏଥିରେ ଅନେକ ମାଓବାଦୀ ଆହତ ହୋଇଥିବା ପୁଲିସ୍‍ ସୂତ୍ରରୁ ପ୍ରକାଶ।

Leave A Reply