www.samajalive.in
Saturday, December 6, 2025
17.1 C
Bhubaneswar

ଯାତ୍ରୀବାହୀ ବସ ପୋଡିଲେ ମାଓବାଦୀ

ମାଲକାନଗିରି : ମାଲକାନଗିରିରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି। ପ୍ରତିବାଦ ଦିବସରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମୋହଉପଦର ଠାରେ ଏକ ଘରୋଇ ବସକୁ ମାଓବାଦୀମାନେ ନିଆଁ ଲଗାଇ ଦେଇଛନ୍ତି। ବସଟି ମାଲକାନଗିରି ଠାରୁ ମୋହଉପଦର ଯାଉଥିଲା। ଦୋର୍ଭା ଡିଭିଜନର ମାଓବାଦୀମାନେ ଏହି କାଣ୍ଡ ଘଟାଇଥିବା ସୂଚନା ମିଳିଛି। ୪୦ରୁ ୫୦ଜଣ ସଶସ୍ତ୍ର ମାଓବାଦୀ ଯାତ୍ରୀମାନଙ୍କୁ ବସରୁ ଓହ୍ଲାଇ ଏହି କାଣ୍ଡ ଘଟାଇଛନ୍ତି। ବସର କର୍ମଚାରୀଙ୍କୁ ମାଓବାଦୀମାନେ ବାଡେଇ ଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ମାଓବାଦୀମାନେ କେନ୍ଦ୍ର ସରକାରଙ୍କୁ ବିରୋଧ କରି ଏହି କାଣ୍ଡ ଘଟାଇଥିବା ପୁଲିସ ଅନୁମାନ କରୁଛି। ଘଟଣା ପରେ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ତରଫରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories