www.samajalive.in
Sunday, December 14, 2025
26.1 C
Bhubaneswar

ମୌସୁମି ଅଧିବେଶନ : ଆବାସ ଯୋଜନାକୁ ନେଇ ବିଜେପି ପକ୍ଷରୁ ହଟ୍ଟଗୋଳ

ଚଳିତ ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ମଧ୍ୟ ଆବାସ ଯୋଜନାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ପ୍ରଥମାର୍ଦ୍ଧରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ପକ୍ଷରୁ ଏହି ପ୍ରସଙ୍ଗକୁ ନେଇ ନାରାବାଜି କରାଯାଇଥିଲା । ଶୂନ୍ୟକାଳରେ ବିଜେପି ଦଳର ମୁଖ୍ୟ ସଚେତକ ମୋହନ ମାଝି ରାଜ୍ୟରେ ଗୃହ ନିର୍ମାଣ ଦୁର୍ନୀତି ପ୍ରସଙ୍ଗ ଉଠାଇ ଦଳୀୟ ଭିତ୍ତିରେ ଘର ବଣ୍ଟା ଯାଉଥିବା ଅଭିଯୋଗ କରିଥିଲେ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ଦିଆ ନ ଯାଇ ଦଳୀୟ ଆଧାରରେ ଘର ଦିଆ ଯାଉଛି ବୋଲି ବିରୋଧୀ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଏକ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି । କେନ୍ଦ୍ର ସରକାରଙ୍କ ଯାଞ୍ଚ ପରେ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖାଗଲେ ସୁଦ୍ଧା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନାହିଁ ବୋଲି ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀ ମାଝୀ କହିଥିଲେ । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କୁ ଅଧିକ କହିବାକୁ ସୁଯୋଗ ନ ଦେବାରୁ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ। ପରେ ସେମାନେ ଏହି  ପ୍ରସଙ୍ଗକୁ ନେଇ କକ୍ଷତ୍ୟାଗ କରି ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଆଗରେ ଧାରଣା ଦେଇଥିଲେ।
ଶ୍ରୀ ମାଝୀ କହିଥିଲେ, ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ଗୁଡିକ ଠିକ ଭାବେ କାମ କରୁ ନାହିଁ। କେନ୍ଦ୍ର ଯୋଜନା ଗୁଡିକୁ ନିଜର ବୋଲି ପ୍ରଚାର କରି ରାଜ୍ୟ ସରକାର ଲୋକ ମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ଶ୍ରୀ ମାଝୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଘର ଯୋଜନାରେ କାମ କରୁଛନ୍ତି । ହେଲେ ଓଡ଼ିଶାରେ ଗରୀବ ଲୋକମାନେ ଯାହାଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ତାଙ୍କ ବଦଳରେ ଶାସକ ଦଳର ଅନୁଗତ ଲୋକଙ୍କୁ ଘର ଦିଆ ଯାଉଛି। ଏଥିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି । ତେଣୁ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଅଭିଯୋଗ କରା ଯିବା ପରେ କେନ୍ଦ୍ର ସରକାରଙ୍କ ଟିମ ଜାଞ୍ଚ ପାଇଁ ଆସିଥିଲା ଓ ଅନେକ ସ୍ଥାନରେ ଦୁର୍ନୀତି ହୋଇଥିବା ପ୍ରମାଣ ପାଇଥିଲା। ଏହା ପରେ ଏ ବାବଦରେ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପତ୍ର ମଧ୍ୟ ଲେଖିଥିଲା। ହେଲେ ରାଜ୍ୟ ସରକାର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।

ବିଜେଡି ସଦସ୍ୟ ଅମର ପ୍ରସାଦ ଶତପଥୀ କହିଥିଲେ ଯେ କେନ୍ଦ୍ର ସରକାର ଘର ତିଆରି ପାଇଁ ୬୦ ପ୍ରତିଶତ ଅର୍ଥ ଦେଉଥିବାବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଦେଉଛନ୍ତି। ତେଣୁ ରାଜ୍ୟ ସରକାରଙ୍କୁ ଅଣଦେଖା କରାଯାଇ ପାରିବନାହିଁ । କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ରାଜ୍ୟ ସରକାର ୯ଟି ଜିଲ୍ଲାକୁ ଗୋଟିଏ ହେଲେ ଘର ଦେଇ ନାହାନ୍ତି। ଏହି ସମସ୍ତ ଜିଲ୍ଲା ପଶ୍ଚିମ ଓଡିଶାର। ସରକାରଙ୍କ ଏହି ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଓଡିଶାକୁ ଭାଗ ଭାଗ କରିବାକୁ କାର୍ଯ୍ୟ କରୁଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories