ହରଭଙ୍ଗା: ହରଭଙ୍ଗା ବ୍ଲକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ପକ୍ଷରୁ ଏକ ସ୍ୱଛତାପକ୍ଷ କାର୍ଯ୍ୟକ୍ରମ ଅଧ୍ୟକ୍ଷ ମନୋଜ ପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଅନୁଷ୍ଠାନର ୧୪୦ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସମାଜରେ ସ୍ୱଛତାକୁ ଆଦରି ନେଇ ଏକ ପରିଷ୍କାର ପରିଛନ୍ନ ଆସର ଆପଣେଇବା ଲାଗି ଶପଥପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ବିଭିନ୍ନ ଦିବସରେ ବକ୍ତୃତା, ପ୍ରବନ୍ଧ, ଗୀତ ଭଳି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହେବ।ଶେଷ ଦିବସରେ କୃତୀପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିିବ। ଏହି ଅବସରରେ ଅଧ୍ୟାପକ ପ୍ରଶାନ୍ତ ସେଠି, ସଦାଶିବ ଜେନା, ଅଧ୍ୟାପିକା ଧରିତ୍ରୀରାଣୀ କାନୁନଗୋ, ଶ୍ରଦ୍ଧାଞଳି କୋଲତା, ରୁବିନା ଷଡଙ୍ଗୀ, ଖେଳ ଶିକ୍ଷକ ରଞନ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।
Popular Categories



