www.samajalive.in
Saturday, December 6, 2025
15.1 C
Bhubaneswar

ରାଫେଲ କାରବାର ସମ୍ବନ୍ଧୀୟ ଚିଠି ଗଣମାଧ୍ୟମରେ ପ୍ରକାଶ

ନୂଆଦିଲ୍ଲୀ : ନୂତନ ମୋଡ଼ରେ ପହଞ୍ଚିଛି ବହୁ ଚର୍ଚ୍ଚିତ ରାଫେଲ କାରବାର। ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ କ୍ରୟ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ (ଏମ୍‌ଓଡି) ଫ୍ରାନ୍ସ କମ୍ପାନୀ ସହିତର ଆଲୋଚନା ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସମାନ୍ତରାଳ ଆଲୋଚନା ଚଳାଇଥିଲା। ଯଦ୍ଦ୍ବାରା ଭାରତୀୟ ପକ୍ଷ ଦୁର୍ବଳ ହୋଇପଡିଥିଲା ଏବଂ ଫ୍ରାନ୍ସ ପକ୍ଷ ସେଥିରୁ ଲାଭବାନ ହୋଇଥିଲା। ପିଏମ୍‌ଓର ଏଭଳି ସମାନ୍ତରାଳ ଆଲୋଚନା ଦ୍ବାରା ରାଫେଲ କାରବାର ଦୁର୍ବଳ ହୋଇପଡିବ ବୋଲି ଦର୍ଶାଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପରିକରଙ୍କ ନେତୃତ୍ବାଧିନ ଏମ୍‌ଓଡି ଏହାର ପ୍ରତିବାଦ କରିଥିଲା ବୋଲି ଏକ ସରକାରୀ ଚିଠିକୁ ଆଧାର କରି ପ୍ରମୁଖ ଇଂଲିଶ ଗଣମାଧ୍ୟମ ‘ଦି ହିନ୍ଦୁ’ରେ ଶୁକ୍ରବାର ଖବର ପ୍ରକାଶ ପାଇଛି।
‘ଦି ହିନ୍ଦୁ’ରେ ପ୍ରକାଶିତ ଖବର ଅନୁସାରେ ୨୦୧୫ ନଭେମ୍ବର ୧୪ ତାରିଖ ସମ୍ବଳିତ ଉକ୍ତ ଚିଠିକୁ ତତ୍‌କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପରିକରଙ୍କୁ ପଠାଯାଇଥିଲା। ମନ୍ତ୍ରାଳୟ ପକ୍ଷରୁ ରାଫେଲ କାରବାର ସମ୍ବନ୍ଧୀୟ ଆଲୋଚନା ପ୍ରକ୍ରିୟା ଜାରି ରହିଥିବା ବେଳେ ସେଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିବା ଘଟଣାକୁ ତତ୍‌କାଳୀନ ପ୍ରତିରକ୍ଷା ସଚିବ ଜି. ମୋହନ କୁମାରଙ୍କ ବିରୋଧ ସମ୍ବନ୍ଧରେ ଉକ୍ତ ଚିଠିରେ ଉଲ୍ଲେଖ ରହିଛି। ସମାନ୍ତରାଳ ଆଲୋଚନା ଦ୍ବାରା ମନ୍ତ୍ରାଳୟ ଓ ଫ୍ରାନ୍ସ ସହ ଆଲୋଚନା କରୁଥିବା ଭାରତୀୟ ଦଳର ପକ୍ଷ ଦୁର୍ବଳ ହେବ। ଏଣୁ ଭାରତୀୟ (ଆଲୋଚନା) ଦଳର ସଦସ୍ୟ ନ ଥିବା ଲୋକେ ଫ୍ରାନ୍ସ ସରକାର ସହିତ ଆଲୋଚନାରୁ ନିବୃତ ରହିବା ଉଚିତ ବୋଲି ଚିଠିରେ ମୋହନ କୁମାର ପରାମର୍ଶ ଦେଇଥିଲେ। ଯଦି ମନ୍ତ୍ରାଳୟର ଆଲୋଚନା ଉପରେ ପିଏମ୍‌ଓର ଆସ୍ଥା ନାହିଁ ତା’ହେଲେ ପିଏମ୍‌ଓ ନେତୃତ୍ବରେ ଉପଯୁକ୍ତ ସ୍ତରରେ ଅତିରିକ୍ତ ଆଲୋଚନା କରାଯାଇପାରିବ ବୋଲି ଉପସଚିବ (ବାୟୁ-୨) ଏସ୍‌. କେ. ଶର୍ମାଙ୍କ ଦ୍ବାରା ପ୍ରସ୍ତୁତ ଚିଠିରେ କୁହାଯାଇଥିଲା। ଚିଠି ପାଇବା ପରେ ପିଏମ୍‌ଓ ସହିତ ଯାହାକିଛି ବିବାଦ ରହିଛି ତାହାର ସମାଧାନ କରିବାକୁ ପରିକର କହିଥିବା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories