www.samajalive.in
Sunday, December 7, 2025
26.1 C
Bhubaneswar

ଭାରତୀୟମାନଙ୍କ ନବସୃଜନ ବିଶ୍ୱରେ ଶ୍ରେଷ୍ଠ – ପ୍ରଧାନମନ୍ତ୍ରୀ

ଭାରତୀୟମାନଙ୍କ ନବସୃଜନ ଏବଂ ସମାଧାନ ପ୍ରଦାନ କରିବାର କ୍ଷମତା ଆଗରେ ସମସ୍ତେ ହାର ମାନିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍‍ କି ବାତ୍‍’ରେ କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସମର୍ପଣ ଭାବ ରହିଥାଏ, ସମବେଦନା ଥାଏ ସେତେବେଳେ ଏହି ଶକ୍ତି ଅସୀମ ହୋଇଯାଏ। ମୋଦୀ କହିଛନ୍ତି, ଆତ୍ମନିର୍ଭର ଭାରତ ଆପ୍‍ ଇନ୍ନୋଭେସନ୍‍ ଚ୍ୟାଲେଞ୍ଜରେ ଆମ ଯୁବବନ୍ଧୁମାନେ ଅତି ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ ପ୍ରାୟଃ ୭ ହଜାର ପ୍ରତିଯୋଗୀ ଅଂଶଗ୍ରହଣ କଲେ। ସେଥିରୁ ପାଖାପାଖି ଦୁଇ ତୃତୀୟାଂଶ ଆପ୍‍ ଟାୟାର ଟୁ ଏବଂ ଟାୟାର ଥ୍ରୀ ସହରର ଯୁବବନ୍ଧୁମାନେ ବିକଶିତ କରିଛନ୍ତି। ଆତ୍ମନିର୍ଭର ଭାରତ ପାଇଁ, ଦେଶର ଭବିଷ୍ୟତ ପାଇଁ ଏହା ଅତି ଶୁଭ ସଙ୍କେତ। ଆତ୍ମନିର୍ଭର ଆପ୍‍ ଇନ୍ନୋଭେସନ୍‍ ଚ୍ୟାଲେଞ୍ଜର ଫଳାଫଳ ଦେଖି ଆପଣମାନେ ନିଶ୍ଚୟ ପ୍ରଭାବିତ ହେବେ। ବହୁତ ପରୀକ୍ଷାନିରୀକ୍ଷା ପରେ, ବିଭିନ୍ନ ବର୍ଗରେ ପ୍ରାୟ ୨୪ଟି ଆପ୍‍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ମଧ୍ୟ ଚିଙ୍ଗାରୀ ଆପ୍‍ ଯୁବଗୋଷ୍ଠୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଥିବା କହିଛନ୍ତି। ଅନ୍ୟ ଗୋଟିଏ ଆପ୍‍ ଆସ୍କ ସରକାର ମାଧ୍ୟମରେ ଭାବ ବିନିମୟ କରିବା ସହ ଯେକୌଣସି ସରକାରୀ ଯୋଜନା ସମ୍ପର୍କରେ ସଠିକ ସୂଚନା ସହ ଟେକ୍ସ୍‍ଟ, ଅଡିଓ ଏବଂ ଭିଡିଓ ଭଳି ତିନୋଟି ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories