www.samajalive.in
Sunday, December 7, 2025
23.1 C
Bhubaneswar

‘ମହାକାଶ ଶତକ’: ଇସ୍ରୋ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କ ମାସିକ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ରେ ସର୍ବପ୍ରଥମେ କ୍ରିକେଟ କଥା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏବେ ଚମ୍ପିଆନ୍ସ ଟ୍ରଫି ଚାଲିଛି ଏବଂ ସବୁଆଡ଼େ କ୍ରିକେଟର ବାତାବରଣ ରହିଛି। କ୍ରିକେଟରେ ଶତକର ରୋମାଞ୍ଚ କ’ଣ ଆମେ ସମସ୍ତେ ଭଲ ଭାବରେ ଜାଣୁ। କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ କ୍ରିକେଟ ନୁହେଁ, ବରଂ ମହାକାଶରେ ଭାରତ ଯେଉଁ ଚମତ୍କାର ଶତକ ହାସଲ କରିଛି ସେ ବିଷୟରେ କହିବାକୁ ଯାଉଛି। ଗତ ମାସରେ ଦେଶ ଇସ୍ରୋର ୧୦୦ ତମ ରକେଟ୍ ଉତକ୍ଷେପଣର ସାକ୍ଷୀ ପାଲଟିଛି। ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏହା ପ୍ରତିଦିନ ମହାକାଶ ବିଜ୍ଞାନରେ ନୂତନ ଉଚ୍ଚତା ଛୁଇଁବାର ଆମ ସଂକଳ୍ପକୁ ଦର୍ଶାଉଛି।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ କହିଛନ୍ତି, ଆମ ମହାକାଶ ଯାତ୍ରା ଅତି ସରଳ ଉପାୟରେ ଆରମ୍ଭ ହୋଇଥିଲା। ଏଥିରେ ପ୍ରତି ପାଦେ ପାଦେରେ ଚ୍ୟାଲେଞ୍ଜ ଥିଲା, କିନ୍ତୁ ଆମ ବୈଜ୍ଞାନିକମାନେ ବିଜୟ ହାସଲ କରି ଆଗକୁ ବଢି ଚାଲିଲେ। ସମୟ ସହିତ ମହାକାଶର ଏହି ଉଡ଼ାଣରେ ଆମ ସଫଳତାର ତାଲିକା ବହୁତ ଲମ୍ବା ହେବାକୁ ଲାଗିଲା। ଉତ୍‌କ୍ଷେପଣ ଯାନ ନିର୍ମାଣ ହେଉ, ଚନ୍ଦ୍ରଯାନର ସଫଳତା ହେଉ, ମଙ୍ଗଳଯାନ, ଆଦିତ୍ୟ ଏଲ-୧ କିମ୍ବା ଗୋଟିଏ ରକେଟ୍‌ରେ ଏକସଙ୍ଗେ ୧୦୪ ସାଟେଲାଇଟ୍‌ ମହାକାଶକୁ ପଠାଇବାର ଅଭୂତପୂର୍ବ ମିଶନ୍ ହେଉ, ଇସ୍ରୋର ସଫଳତାର ପରିସର ବେଶ୍‌ ବ୍ୟାପକ ରହିଛି। କେବଳ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୪୬୦ ସାଟେଲାଇଟ୍‌ ଉତକ୍ଷେପଣ କରାଯାଇଛି ଏବଂ ଏଥିରେ ଅନ୍ୟ ଦେଶର ଅନେକ ସାଟେଲାଇଟ୍‌ ମଧ୍ୟ ସାମିଲ ଅଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories