ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ବାହାରିଛନ୍ତି। ଗତ ୧୯ ତାରିଖରେ ମନମୋହନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ଚିକିତ୍ସା ଚାଲିଥିଲା। ଗୁରୁବାର ମନମୋହନ ସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।
ନିକଟରେ ମନମୋହନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି କରୋନାର ୨ୟ ତରଙ୍ଗର ସଫଳ ମୁକାବିଲା ପାଇଁ ୫ଟି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।



