www.samajalive.in
Friday, December 12, 2025
16.1 C
Bhubaneswar

୫ ଦିନ ପାଇଁ ସିବିଆଇ ହାଜତକୁ ଗଲେ ସିସୋଦିଆ​‌

ନୂଆଦିଲ୍ଲୀ : ଅବକାରୀ ନୀତି ପ୍ରଣୟନ କ୍ଷେତ୍ରରେ ଅନିୟମିତତା ଅଭିଯୋଗରେ ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୫ଦିନ ପାଇଁ ସିବିଆଇ ହାଜତକୁ ପଠାଇ ଦିଆଯାଇଛି । ରବିବାର ସନ୍ଧ୍ୟାରେ ଗିରଫ ହୋଇଥିବା ସିସୋଦିଆଙ୍କୁ ସୋମବାର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରୌଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ସିବିଆଇର ଆବେଦନକ୍ରମେ ଅଦାଲତ ତାଙ୍କୁ ୫ଦିନ ପାଇଁ ହାଜତକୁ ପଠାଇ ଦେଇଛନ୍ତି। ଅଦାଲତଙ୍କ ନିର୍ଦେଶ ପରେ ତାଙ୍କୁ ସିବିଆଇ ମୁଖ୍ୟାଳୟକୁ ନିଆଯାଇଥିଲା। ସେଠାରେ ସେ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ରହିବେ। ସିବିଆଇର ଅଭିଯୋଗ ଅନୁଯାୟୀ ସିସୋଦିଆ ମଦ ବ୍ୟବସାୟୀଙ୍କୁ ଲାଭ ପହଞ୍ଚାଇବା ଲାଗି ଅବକାରୀ ନୀତିରେ ପରିବର୍ତ୍ତନ କରିଥିଲେ। ଅବକାରୀ ନୀତିରେ ଯେଉଁ ପରିବର୍ତ୍ତନ ଆଣିଥିଲେ ତା’ ଉପରେ ଉପରାଜ୍ୟପାଳଙ୍କୁ ଅନୁମୋଦନ ନିଆଯାଇଥିଲା। ଅବକାରୀ ନୀତିରେ ପରିବର୍ତ୍ତନ ପୂର୍ବକ ସିସୋଦିଆ ମଦ ବ୍ୟବସାୟୀଙ୍କୁ ୧୪୩.୪୬ କୋଟି ଟଙ୍କା ଛାଡ କରି ଦେଇଥିଲେ। ସେହିପରି ଅନେକ ଅସଫଳ ବ୍ୟବସାୟୀଙ୍କ ଲାଇସେ‌ନ୍ସ ଅର୍ଥକୁ ଫେରସ୍ତ କରିଦେଇଥିଲେ। ଯାହା ସରକାରୀ ରାଜସ୍ବକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା। ସିବିଆଇ ଆହୁରି କହିଛି ଯେ ରବିବାର ଜେରା ସମୟରେ ସିସୋଦିଆ ଅନେକ ପ୍ରଶ୍ନକୁ ଏଡାଇ ଯାଇଥିଲେ। ଆଉ କେତେକ ଉତ୍ତର ସନ୍ତୋଷଜନକ ନଥିଲା। ଅନ୍ୟପଟେ ସିସୋଦିଆଙ୍କ ଗିରଫକୁ ବିରୋଧ କରି ସୋମବାର ଆମ୍ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୁମ୍ବଇରେ ଆପ୍‌ର ବିକ୍ଷୋଭ ସମୟରେ ଦଳର ଆଞ୍ଚଳିକ ମୁଖିଆ ପ୍ରୀତି ଶର୍ମା ମେନନଙ୍କୁ ପୁଲିସ ଅଟକ ରଖିଥିଲା। ସେହିପରି ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ ସହିତ ଆପ୍ କର୍ମୀଙ୍କ ସଂଘର୍ଷ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories