BJD Bijuli 480×75 Mob

ମଙ୍ଗଳବାର ରାଶିଫଳ (୨୮.୦୨.୨୦୨୩)

BJD Bijuli 480×75 Mob

ମେଷ : ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ପରଦେଶବାସୀ, ମଧୁର ଭାଷା, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଧନାଗମର ସୂଚନା ମିଳୁଛି।

ବୃଷ : ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ପରିମାଣ ବୃଦ୍ଧି ପାଇବ। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ମାଲି ମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବ। ଯବାନମାନେ ଋଣ ପ୍ରାଙ୍ଗଣରେ ବୀରତ୍ବ ପ୍ରଦର୍ଶନ କରିପାରନ୍ତି।

ମିଥୁନ : ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମଧୁର ଭାଷାରେ ପରକୁ ଆପଣାର କରିବେ। ସାହସୀ ଓ ଜ୍ଞାନୀ ହେବେ।

କର୍କଟ : ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ସନ୍ତାନମାନେ ଗୁଣୀ ଓ ସମ୍ପତ୍ତିବାନ ହେବେ। ଜ୍ୟୋତିଷ ବିଦ୍ୟାରେ ରୁଚି ରଖିବେ।

ସିଂହ : କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ଦୀର୍ଘାୟୁ ହେବେ। ଦୟାଳୁ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ। ପରିଶ୍ରମର ମୂଲ୍ୟ ମିଳିବ।

କନ୍ୟା : ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବେ। ଧର୍ମାତ୍ମା, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପର୍ଯ୍ୟଟନର ସୁଯୋଗ ମିଳିବ।

ତୁଳା : ପ୍ରତିଶୋଧ ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

ବିଛା : ବନ୍ଧୁମାନେ ହିତକାରୀ ହେବେ। ସମାଜସେବାରେ ନିୟୋଜିତ ହେବେ। ବ୍ୟବସାୟ ସୁରୁଖୁରୁରେ ଚାଲିବ। ମନରେ ଉଙ୍କି ମାରୁଥିବା ଅହଂଭାବକୁ ବିସର୍ଜନ ଦେଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ସଂକଟରୁ ତରିଯିବେ।

ଧନୁ : ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଚତୁର ଓ କୌଶଳରେ ଶତ୍ରୁଦମନ କରିପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।

ମକର : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ନାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ଲାଭ ମିଳିବ। ଧାର୍ମିକ ଓ ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ।

କୁମ୍ଭ : ଉଦାର ଚରିତଯୁକ୍ତ ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୁସ୍ଥ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳ ପ୍ରତି ଆଦର, ପ୍ରେମୀ ଓ ବୁଦ୍ଧିମାନ ହେବେ। ଯାନବାହନ ସୁଖ ମିଳିବ।

ମୀନ : ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ସର୍ବତ୍ର ବିଜୟୀ ହେବେ।

Comments are closed.