www.samajalive.in
Saturday, December 13, 2025
21.1 C
Bhubaneswar

ନାଗାଲାଣ୍ଡରେ ୮୨%, ମେଘାଳୟରେ ୬୩% ମତଦାନ

ନୂଆଦିଲ୍ଲୀ : ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ନିମନ୍ତେ ସୋମବାର ହୋଇଥିବା ଭୋଟରେ ଯଥାକ୍ରମେ ୮୨% ଓ ୬୩% ମତଦାନ ହୋଇଛି। ଏହି ମତଦାନ ପରେ ନାଗାଲାଣ୍ଡର ୧୮୩ ଜଣ ପ୍ରାର୍ଥୀ ଓ ମେଘାଳୟର ୩୬୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ମାର୍ଚ୍ଚ ୨ରେ ଏହାର ଭୋଟ ଗଣତି ହେବ। ଉଭୟ ରାଜ୍ୟର ୫୯ଟି ଲେଖାଏଁ ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ନାଗାଲାଣ୍ଡ ବିଧାନସଭାର ଭୋଟ ଗ୍ରହଣ ସମୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ମୋକୋକଚୁଙ୍ଗ ଜିଲାର ଉମାବସ୍ତି ମତଦାନ କେନ୍ଦ୍ରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ଭୋଟ ଗ୍ରହଣକୁ ବାତିଲ କରାଯାଇଥିଲା। ସେହିପରି ଭଣ୍ଡାରୀ ନିର୍ବାଚନମଣ୍ଡଳୀର ଓଲ୍ଡ ୱକୋହ ଅଞ୍ଚଳରେ ଗୁଳିକାଣ୍ଡ ଘଟି ଜଣେ ଏନପିପି କର୍ମୀ ଆହତ ହୋଇଛନ୍ତି। ଏଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ଓ ଟେକାପଥର ମାଡ ହୋଇଥିଲା। ୱକୋହ ଜିଲାରେ ନିର୍ବାଚନ ପରିଚାଳନା କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍ ପାହାଡ ତଳକୁ ଖସିପଡିବାରୁ ଜଣଙ୍କର ମୃତ୍ୟୁ ହେବା ସହ ୧୩ଜଣ ଆହତ ହୋଇଛନ୍ତି। ସେହିପରି ମେଘାଳୟରେ କେତେକ ସ୍ଥାନରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିବା ଅଭିଯୋଗ ହୋଇଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories