www.samajalive.in
Saturday, December 13, 2025
21.1 C
Bhubaneswar

ନାଗାଲାଣ୍ଡରେ ଏନଡିଏ ; ତ୍ରିପୁରା, ମେଘାଳୟରେ ଝୁଲା ସରକାର

ନୂଆଦିଲ୍ଲୀ : ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟ ବିଧାନସଭା ନିମନ୍ତେ ଭୋଟ ଗ୍ରହଣ ଶେଷ ହୋଇଛି। ଭୋଟ ଗ୍ରହଣ ଶେଷ ପରେ ଏହି ତିନି ରାଜ୍ୟର ବୁଥ ବାହୁଡା ମତ (ଏକଜିଟ୍ ପୋଲ) ରିପୋର୍ଟ ସୋମବାର ସନ୍ଧ୍ୟାରେ ପ୍ରକାଶ ପାଇଛି। ବିଭିନ୍ନ ଏଜେନ୍ସି ପକ୍ଷରୁ ହୋଇଥିବା ଏକଜିଟ୍ ପୋଲର ରିପୋର୍ଟ ଅନୁଯାୟୀ ନାଗାଲାଣ୍ଡରେ ବିଜେପି ଓ ଏନଡିପିପି ମେଣ୍ଟ (ଏନଡିଏ) ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ମାତ୍ର ତ୍ରିପୁରା ଓ ମେଘାଳୟରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିବା ନେଇ ସ୍ପଷ୍ଟ ହୋଇପାରି ନାହିଁ। ଆକ୍ସିସ ମାଇଁ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ୬୦ ଆସନ ବିଶିଷ୍ଟ ନାଗାଲାଣ୍ଡରେ ବିଧାନସଭାରେ ଏନଡିଏ ୪୩ଟି ଆସନ ପାଇବ। ସେହିପରି ଏନପିଏଫ ୫, କଂଗ୍ରେସ ୧ ଓ ଅନ୍ୟାନ୍ୟ ଦଳ ୧୦ଟି ଆସନ ପାଇବେ। ଟାଇମ୍ସ ନାଓଁ ରିପୋର୍ଟ ଅନୁଯାୟୀ ନାଗାଲାଣ୍ଡରେ ଏନଡିଏ ୪୪ଟି ଆସନ ପାଇବାକୁ ଥିବାବେଳେ ଏନପିଏଫ୍ ୬, କଂଗ୍ରେସ ୦ ଓ ଅନ୍ୟାନ୍ୟ ଦଳ ୯ଟି ଆସନ ପାଇବେ। ସେହିପରି ମାଟ୍ରିଜ-ଜିନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଏନଡିଏ ଏଠାରେ ୩୯ଟି ଆସନ ପାଇବ। ଏନପିଏଫ୍‌ ୩, କଂଗ୍ରେସ ୨ ଓ ଅନ୍ୟାନ୍ୟ ଦଳ ୧୫ ଆସନ ପାଇବେ। ବିଜେପି ମେଣ୍ଟ ମ୍ୟାଜିକ୍ ସଂଖ୍ୟା ୩୧ରୁ ଅଧିକ ଆସନ ପାଇବା ନେଇ ସମସ୍ତ ଏଜେନ୍ସି ପୂର୍ବାନୁମାନ କରିଛନ୍ତି। ଏଠାରେ ବିଜେପି ଓ ଏନଡିପିପି ମେଣ୍ଟ କରି ନିର୍ବାଚନ ଲଢୁୁଛନ୍ତି।
ତ୍ରିପୁରାରେ ବିଜେପି ପୁନର୍ବାର କ୍ଷମତା ଦଖଲ କରିବା ନେଇ କେତେକ ଏଜେନ୍ସି ପୂର୍ବାନୁମାନ କରିଛନ୍ତି। ମାତ୍ର ଆଉ କେତେକ ଏଜେନ୍ସିର ପୂର୍ବାନୁମାନ ଅନୁଯାୟୀ ତ୍ରିପୁରାରେ ଝୁଲା ସରକାର ହେବ। ଆକ୍ସିସ ମାଇଁ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି ୪୦ଟି ଆସନରେ ବିଜୟୀ​‌ ହେବ। ଏଠାରେ ଟିଏମପି ୧୨ ଓ ସିପିଏମ୍ ୮ଟି ଆସନ ପାଇବେ। ତେବେ ଟାଇମ୍ସ ନାଓଁର ସର୍ଭେ ଅନୁଯାୟୀ ତ୍ରିପୁରାରେ ବିଜେପି ୨୪ଟି ଆସନ ପାଇବ। ଏଠାରେ ସିପିଏମ୍ ୨୧, ଟିଏମପି ୧୪ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ପାଇବେ। ମାଟ୍ରିଜ୍-ଜିନ୍ୟୁଜ୍‌ର ରିପୋର୍ଟ ଅନୁଯାୟୀ ତ୍ରିପୁରାରେ ବିଜେପି ୩୧ଟି ଆସନ ପାଇବାକୁ ଥିବାବେଳେ ସିପିଏମ୍ ୧୬, ଟିଏମପି ୧୨ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ପାଇବେ। ସୂଚନାଯୋଗ୍ୟ ତ୍ରିପୁରାରେ ୬୦ଟି ଆସନରୁ ୫୯ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ଏଠାରେ ସରକାର ଗଠନର ମ୍ୟାଜିକ ସଂଖ୍ୟା ୩୦ ରହିଛି।
ମେଘାଳୟରେ ଝୁଲା ସରକାର ହେବା ନେଇ ସମସ୍ତ ଏଜେନ୍ସି ପୂର୍ବାନୁମାନ କରିଛନ୍ତି। ଆକ୍ସିସ ମାଇଁ ଇଣ୍ଡିଆ ପୂର୍ବାନୁମାନ ଅନୁଯାୟୀ ଏଠାରେ ଏନପିପିକୁ ସର୍ବାଧିକ ୨୧ଟି ଆସନ ମିଳିବାକୁ ଥିବାବେଳେ କଂଗ୍ରେସକୁ ୯, ବିଜେପିକୁ ୬ ଓ ଅନ୍ୟାନ୍ୟ ଦଳକୁ ୨୩ଟି ଆସନ ମିଳିବ। ଟାଇମ୍ସ ନାଓଁ ରିପୋର୍ଟ ଅନୁଯାୟୀ ଏନପିପିକୁ ୨୨ଟି ଆସନ, କଂଗ୍ରେସକୁ ୩ଟି, ବିଜେପିକୁ ୫ ଓ ଅନ୍ୟାନ୍ୟ ଦଳକୁ ୨୯ଟି ଆସନ ମିଳିବ। ମାଟ୍ରିଜ୍-ଜିନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଏନ୍‌ପିପିକୁ ୨୪, କଂଗ୍ରେସକୁ ୪, ବିଜେପିକୁ ୯ ଓ ଅନ୍ୟାନ୍ୟ ଦଳକୁ ୨୨ଟି ଆସନ ମିଳିବ। ବୁଥ ବାହୁଡା ମତରେ ଏପରି ପୂର୍ବାନୁମାନ କରାଯାଇଥିବାବେଳେ ମାର୍ଚ୍ଚ ୨ରେ ତିନିଟି ରାଜ୍ୟର ଭୋଟ ଗଣତି ହେବ। ଭୋଟ ଗଣତି ପରେ ବାସ୍ତବ ଫଳ ଜଣାପଡିବ। ଫେବୃଆରୀ ୧୬ରେ ତ୍ରିପୁରା ବିଧାନସଭା ଲାଗି ଭୋଟ ଗ୍ରହଣ ହୋଇଥିବାବେଳେ ୨୭ରେ ନାଗାଲାଣ୍ଡ ଓ ମେଘାଳୟ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories