www.samajalive.in
Sunday, December 14, 2025
26.1 C
Bhubaneswar

ମଣିପୁର ହିଂସା: ୩ ଯବାନ ସହିଦ

ଇମ୍ଫାଲ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ମଣିପୁରରେ ହିଂସା ଥମୁ ନାହିଁ। ରାଜ୍ୟରେ ଲାଗି ରହିଥିବା ଜାତିଆଣ ହିଂସାରେ ମଙ୍ଗଳବାର ୩ଜଣ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଜଣେ ଯବାନ ଥିବାବେଳେ ଆସାମ ରାଇଫଲ୍ସର ୨ଜଣ ଯବାନ ଅଛନ୍ତି। ମଙ୍ଗଳବାର ଭୋର ସମୟରେ କାକଚିଙ୍ଗ ଜିଲାର ସେରୋଉ ଅଞ୍ଚଳରେ କୁକି ଉଗ୍ରବାଦୀଙ୍କ ସହିତ ଗୁଳିବିନିମୟ ବେଳେ ଏହି ତିନି ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ମୃତ୍ୟୁ ହୋଇଛି। ବିଏସଏସ୍‌ ଅଧିକାରୀଙ୍କ କହିବା ଅନୁଯାୟୀ ସେରୋଉ ପ୍ରାକ୍ଟିକାଲ ହାଇସ୍କୁଲ ଅଞ୍ଚଳରେ ମୁତୟନ ଯବାନଙ୍କ ଉପରକୁ କୁକି ଉଗ୍ରବାଦୀମାନେ ଅଚାନକ ଗୁଳି ଚଳାଇଥିଲେ। ଏଥିରେ ଯବାନ ରଞ୍ଜିତ ଯାଦବ ଗୁରୁତର ହୋଇଥିଲେ। ତାଙ୍କୁ କାକଚିଙ୍ଗସ୍ଥିତ ଜୀବନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା; ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଦିମାପୁରସ୍ଥିତ ସେନାର ସ୍ପିୟର କ୍ରପସ୍ କମାଣ୍ଡର ମୁଖ୍ୟାଳୟ କହିବା ଅନୁଯାୟୀ କୁକି ଉଗ୍ରବାଦୀଙ୍କ ସହିତ ଗୁଳିବିନିମୟରେ ଆସାମ ରାଇଫଲ୍ସର ଦୁଇଜଣ ଯବାନ ଗୁରୁତର ହୋଇଥିଲେ। ସେମାନଙ୍କୁ ହେଲିକପ୍ଟର ଯୋଗେ ମାତ୍ରିପୁଖରିକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଯବାନଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣା ପରେ ବିଏସ୍‌ଏଫ୍ ଓ ଆସାମ ରାଇଫଲ୍ସ ପକ୍ଷରୁ ସୁଗନୁ ଓ ସେରୋଉ ଅଞ୍ଚଳରେ ବ୍ୟାପକ ତଲାସ ଅଭିଯାନ କରାଯାଇଛି। ଅଭିଯାନ ସମୟରେ ମଧ୍ୟ ଉଗ୍ରବାଦୀଙ୍କ ସହିତ ଗୁଳିବିନିମୟ ହୋଇଛି। ହିଂସାର ବ୍ୟାପକତାକୁ ଦେଖି ମଣିପୁରରେ ଇଣ୍ଟରନେଟ ସେବାକୁ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ମୋବାଇଲ ଡାଟା ସେବା ସହିତ ବ୍ରଡବ୍ୟାଣ୍ଡ ସେବାକୁ ଜୁନ୍ ୧୦ ତାରିଖ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ରାଜ୍ୟ ଗୃହ ବିଭାଗ ଆୟୁକ୍ତ ଏଚ ଜ୍ଞାନ ପ୍ରକାଶ କରିଛନ୍ତି। ମେ ୩ ତାରିଖରୁ ଆରମ୍ଭ ହୋଇଥିବା ହିଂସାକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜ୍ୟରେ ୪ଦିନ ଅବସ୍ଥାନ କରି ହିଂସାକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଥିବାବେଳେ ଏହା ବିଫଳ ହୋଇଛି। ଶାହାଙ୍କ ଗସ୍ତ ଶେଷ ପରେ ପୁଣି ହିଂସା ଆରମ୍ଭ ହୋଇଛି। ସୋମବାର ଓ ମଙ୍ଗଳବାର ଦୁଇଦିନ ହିଂସାରେ ୬ଜଣଙ୍କ ମୃତ୍ୟୁ ହେଲାଣି। ସୁରକ୍ଷା ବାହିନୀର ୩ଜଣ ଯବାନ ଏଥିରେ ସହିଦ ହୋଇଛନ୍ତି। ହିଂସାରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୩୧୦ଜଣ ଆହତ ହୋଇଛନ୍ତି। ୩୭,୪୫୦ ଲୋକ ଏବେ ୨୭୦ଟି ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories