ମଙ୍ଗଳବାର ରାଶିଫଳ

0

ମେଷ: ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ। ଈର୍ଷା ପରିତ୍ୟାଗ କଲେ କିଛିଟା ସଫଳତା ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ସତର୍କତାର ଦିନ।

ବୃଷ: ହଜିଥିବା ଦ୍ରବ୍ୟ ଖୋଜିଲେ ପାଇ ଆନନ୍ଦ ଅନୁଭବ କରିବେ। ବନ୍ଧୁ ଗହଣରେ ହସ-ଖୁସିରେ ସମୟ ବିତାଇ ପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇବେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ।

ମିଥୁନ: ପାରିବାରିକ ଜୀବନ ସୁଖ-ଶାନ୍ତିରେ ବିତିବା ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ଶତ୍ରୁହନ୍ତା ହେବେ। ଚାକିରିରେ ଉନ୍ନତି ଘଟିବ।

କର୍କଟ: ଗୃହରୁ ଦୂରେଇ ରହିପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଉପକୃତ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଧାର୍ମିକ ଓ ତେଜସ୍ୱୀ ହେବେ।

ସିଂହ: ଆଜ୍ଞାକାରୀ, ଅବମାନନା କରିବାର ସୂଚନା ମିଳୁଛି। ଉଦାର ସ୍ୱଭାବର ହେବେ। ଦାନଶୀଳ ଓ ସୁଖୀ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହେବେ। ଯଶସ୍ୱୀ ହେବେ।

କନ୍ୟା: ଅତ୍ୟଧିକ ପରିଶ୍ରମ ପଡ଼ିଲେ ବି; ତାର ମୂଲ୍ୟ ମିଳିବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ମଧୁର ଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ। ବନ୍ଧୁପ୍ରେମୀ ହେବେ।

ତୁଳା: ସ୍ୱାଧୀନ ଭାବେ କିଛି କରିବା କଷ୍ଟ ସାଧ୍ୟ ହୋଇପାରେ। ତଥାପି ଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ମଧୁରଭାଷୀ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ସହିଷ୍ଣୁ ହେବେ। ମିତ୍ରମାନଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ।

ବିଛା: ସତର୍କ ରହିଲେ ନିରାପଦ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଉତ୍ତମ ଧରଣର ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ବିବାଦରେ ବିଜୟୀ ହେବେ। ମୋକଦ୍ଦମାରେ ଜିଣି ଧନଲାଭ କରିପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ହେବେ।

ଧନୁ: ସଂପର୍କ ସ୍ଥାପନ କରି ଲାଭବାନ ହୋଇପାରନ୍ତି। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ମଧୁରଭାଷୀ ହେବେ। ଅଧିକାଂଶ ସମୟ ଏକାକୀ ରହିବାକୁ ଇଚ୍ଛା କରିବେ। ସାହସୀ ଓ ଜ୍ଞାନୀ ହେବେ।

ମକର: ଆୟ ଅଧିକତର ହେବ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପାଇପାରନ୍ତି। ଗୃହ ସୁଖୀ ଓ ଯାନବାହନ ସୁଖ ମିଳିପାରେ।

କୁମ୍ଭ: ସୁଖ-ସନ୍ତୋଷ ଲାଭ କରିପାରନ୍ତି। ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ।

ମୀନ: ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ତୀର୍ଥ ଯାତ୍ରା କରିପାରନ୍ତି।

Leave A Reply