www.samajalive.in
Saturday, December 6, 2025
15.1 C
Bhubaneswar

ଏଭଳି ମନ୍ଦିର ବିଷୟରେ ଜାଣିଛନ୍ତି କି, ଯେଉଁଠି ପ୍ରଭୁ କରନ୍ତି ନିଜର ଜଳାଭିଷେକ

ବିଶ୍ୱରନାଥ ପ୍ରଭୁ ମହାଦେବଙ୍କର ଭାରତର ବହୁ ସ୍ଥାନରେ ମନ୍ଦିର ରହିଛି। ଏପରି ଏକ ଅଲୌକିକ ମନ୍ଦିର ଅଛି ଯେଉଁଠାରେ ପ୍ରଭୁ ଭୋଳା ଶଙ୍କର ନିଜେ ନିଜର ଜଳ ଅଭିଷେକ କରିଥାଆନ୍ତି। ପ୍ରାୟ ୨୦୦ ବର୍ଷର ପୁରୁଣା ଏହି ମନ୍ଦିର, ଗୁଜୁରାଟର ଭରୁଷ୍‍ ଜିଲ୍ଲାର ଭଦୋଦରା ସହରରୁ ୭୫ କିଲୋମିଟର ଦୂରରେ ଥିବା କମ୍ଭିକମ୍ବୋଇ ଠାରେ ରହିଛି। ସ୍ତାମ୍ଭେଶ୍ୱର ମହାଦେବ ନାମରେ ଏହି ମନ୍ଦିର ବେଶ୍‍ ଜଣାଶୁଣା। ଶାସ୍ତ୍ର ଅନୁଯାୟୀ ଏଠାରେ ଥିବା ଶିବଲିଙ୍ଗ ଭଗବାନ ମହାଦେବଙ୍କ ପୁତ୍ର କାର୍ତ୍ତିକେୟଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ସମୁଦ୍ର ନିକଟବର୍ତ୍ତୀ ଏହି ମନ୍ଦିରର ଏକ ବିଶେଷତ୍ୱ ହେଉଛି ଦିନକୁ ୨ଥର ଜୁଆର ଓ ଭଟ୍ଟା ଆସିବା ମାତ୍ରେ ଏହି ମନ୍ଦିର ସ୍ୱୟଂ ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଏ। ସକାଳ ଓ ସନ୍ଧ୍ୟାରେ ନିଶ୍ଚୟ ସମୁଦ୍ରରେ ଜଳମଗ୍ନ ହୋଇରହିଥାଏ ଏହି ମନ୍ଦିର। ଯେଉଁ ଶ୍ରଦ୍ଧାଳୁ ମାନେ ଏଠାକୁ ଆସନ୍ତି ସକାଳୁ ସନ୍ଧ୍ୟା ଯାଏଁ ଅପେକ୍ଷା କଲେ ହିଁ ଭଗବାନଙ୍କୁ ଦର୍ଶନ କରିପାରନ୍ତି। ଜୁଆର ଓ ଭଟ୍ଟା ଆସିବା ସମୟ ସେଠାରେ ବୋର୍ଡ଼ରେ ସୂଚିତ ହୋଇରହିଥାଏ। ତେଣୁ ସେହି ସମୟରେ ମନ୍ଦିରରେ କେହି ମଧ୍ୟ ରହନ୍ତି ନାହିଁ। ପ୍ରକୃତିର ଏକ ଅଲୌକିକତା ଏଠାରେ ଦେଖିବାକୁ ମିଳିଥାଏ। ଏହି କାରଣ ହେତୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଏଠାରେ ପରିଲକ୍ଷିତ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories