www.samajalive.in
Friday, December 5, 2025
26.1 C
Bhubaneswar

‘ଆଉ ଥିବ ଯେ ନବ’

ଲଣ୍ଡନ: ସମ୍ପତ୍ତିରୁ ଭାଗ ଦେବାକୁ ଅନେକ ରାଜି ହୁଅନ୍ତି ନାହିଁ । ସେଥିପାଇଁ ଅନେକ ସମୟରେ ଗଣ୍ଡଗୋଳ, ରକ୍ତପାତ ଘଟଣା ଘଟୁଥିବା ଉଦାହରଣ ମଧ୍ୟ ରହିଛି । ନିକଟରେ ଜଣେ ବ୍ୟକ୍ତି ନିଜ ସଂପତ୍ତିରୁ ଭାଗ ନେବା ଏବଂ ଗଣ୍ଡଗୋଳରୁ ନିଜକୁ ଦୂରେଇ ରଖିବାକୁ ଏକ ଅଦ୍ଭୁତ ନିଷ୍ପତ୍ତି ନେଲେ । ସେ ଚିନ୍ତାକଲେ ସଂପତ୍ତି ଥିଲେ ତ କେହି ଭାଗନେବ, ଯଦି ସଂପତ୍ତିକୁ ନଷ୍ଟ କରିଦିଆଯାଏ ତେବେ ଆଉ କେହି ନେଇପାରିବେ ନାହିଁ । ଶେଷରେ ସେ ତାହା ହିଁ କଲେ ।
ଏହା ପୂର୍ବରୁ ଆଉ ଏକ ମଜାଦାର ଘଟଣା ସମ୍ପର୍କରେ ଏଠାରେ ଉଲ୍ଲେଖ କରାଯାଉଛି ।
୨୦୧୮ରେ ଆରିଜୋନାର ଟସ୍କନସ୍ଥିତ ଜଣେ ବ୍ୟକ୍ତିଙ୍କ ଘରେ ଏକ ବଡ ବୁଢିଆଣୀ କାନ୍ଥରେ ଚାଲୁଥିବା ଦେଖିବାକୁ ପାଇଲେ । ତାକୁ କଣ କରାଯିବ ଚିନ୍ତା କରୁକରୁ ସେ ସେ ଏକ ବ୍ଲୋ ଟର୍ଚ ସାହାଯ୍ୟରେ ତାକୁ ମାରିବା ଯୋଜନା କଲେ । ବ୍ଲୋ ଟର୍ଚ ଆଣି ବୁଢିଆଣିକୁ ମାରିଲେ ସତ, କିନ୍ତୁ ତାଙ୍କ ଘର ସଂପୂର୍ଣ୍ଣ ଭାବରେ ଜଳିଗଲା । ଗତବର୍ଷ ଠିକ୍‍ ସେମିତି ଏକ ଘଟଣା ଘଟିଥିଲା । ଜଣେ ଅଶୀରୁ ଅଧିକ ବର୍ଷରେ ପହଞ୍ଚିଥିବା ବ୍ୟକ୍ତି ଏକ ଇଲେକଟ୍ରିକ ରାକେଟରେ ମାଛି ମାରିବାକୁ ଉଦ୍ୟମ କରି ନିଜ ରୋଷେଇ ଘରେ ନିଆଁ ଲଗାଇ ଦେଇଥିଲେ ।
ନିକଟରେ ବ୍ରିଟେନସ୍ଥିର ଜଣେ ପେନସନଭୋଗୀ ଠିକ ସେମିତି ଘଟଣା ଘଟାଇଛନ୍ତି । ତାଙ୍କର ଅଦ୍ଭୁତ ନିଷ୍ପତ୍ତି ପାଇଁ ୫୫୦,୦୦୦ ପାଉଣ୍ଡ ମୂଲ୍ୟର ଘର ଭସ୍ମୀଭୂତ ହୋଇଯାଇଛି । ୭୫ ବର୍ଷ ବୟସ୍କ ଜନ ମ୍ୟାକ୍‍ କରିଙ୍କର ଏକ ଘର କେନଫୋର୍ଡ ଠାରେ ରହିଛି । ତାଙ୍କ ପୂର୍ବତନ ପତ୍ନୀ ହିଲାରୀ ଉକ୍ତ ସଂପତ୍ତିରୁ ଅଂଶ ଦାବି କରିବା ପରେ ସେହି ଘର ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବିକ୍ରିର ତିନିଦିନ ପୂର୍ବରୁ ମ୍ୟାକ୍‍ କରି ବ୍ଲୋ ଟର୍ଚ ସାହାଯ୍ୟରେ ଘରେ ନିଆଁଲଗାଇ ତାହାକୁ ପୋଡି ପାଉଁଶ କରିଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମ୍ୟାକ୍‍ କରିଙ୍କ ଘର ଜୁନ୍‍ ୨୦ରେ ବିକ୍ରି ହେବାର ଥିଲା । ତେବେ ୧୭ ତାରିଖ ରାତିରେ ସେ ବସି ମଦ୍ୟପାନ କରିଥିଲେ । ଏହାପରେ ଉକ୍ତ ଘରେ ନିଆଁ ଲଗାଇ ଦେଇଥିଲେ । ତେବେ ଅଦାଲତରେ ସେ ଏହା ଜାଣିଶୁଣି କରିନଥିବା କହିଛନ୍ତି । ମ୍ୟାକ୍‍ କରି କହିଛନ୍ତି ସେ ମଦ୍ୟପାନ କରିବା ପରେ କଣ ହୋଇଛି ତାହା ସେ ଜାଣନ୍ତି ନାହିଁ । ସେ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଚାହିଁନଥିଲେ କିମ୍ବା ସେ ଘର ଛାଡି ଚାଲିଯିବା ମଧ୍ୟ ମ୍ୟାକ୍‍ କରି ଚାହୁଁନଥିଲେ । ହିଲାରୀ ନିଜେ ଏସବୁ ନିଷ୍ପତ୍ତି ନେଇଛନ୍ତି ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories