କରୋନାରେ ରାଜ୍ୟରେ ଆଉ ୪୩ ଜଣଙ୍କର ମୃତ୍ୟୁ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ମୃତ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୪୩ ଜଣଙ୍କର ପ୍ରାଣହାନି ଘଟିଛି । ଏଥିସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୯୩୦ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣ ରହିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ଅଞ୍ଚଳରୁ ୫ଜଣ ଅଛନ୍ତି । ଏଥିସହିତ ବରଗଡରୁ ୫, ନୟାଗଡ ୫, ପୁରୀ ୫, ସୁନ୍ଦରଗଡ ୪, ଭଦ୍ରକ ୩, କଟକ ୩ ଓ ଗଞ୍ଜାମରେ ୩ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସେହିଭଳି ଢେଙ୍କାନାଳ ଜିଲାରେ ୨, ବାଲେଶ୍ୱର ଓ କେନ୍ଦୁଝର ଜିଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।
Comments are closed.