www.samajalive.in
Sunday, December 14, 2025
23.1 C
Bhubaneswar

ମୃତ୍ୟୁସହ ସଂଗ୍ରାମ କରୁଛନ୍ତି ପ୍ରଫୁଲ୍ଲ

ପିପିଲି: ପିପିଲି ବ୍ଲକ ପାଣିଦୋଳ ପଞ୍ଚାୟତ ଅନ୍ତର୍ଗତ ତୋଟାପଡ଼ା ଜେନାସାହିର ପ୍ରଫୁଲ୍ଲ ଜେନା(୫୭) ଦୁଇବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ମେରୁହାଡର ସ୍ନାୟୁରେ ଗୁରୁତର ଆଘାତ ଲାଗିବା ପରେ ଏବେ ସେ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି। ତାଙ୍କ ମେରୁହାଡର ସ୍ନାୟୁରେ ଦ୍ୱିତୀୟଥର ଅସ୍ତ୍ରୋପଚାର ପାଇଁ ଏବେ ଲକ୍ଷାଧିକ ଟଙ୍କାର ଆବଶ୍ୟକ ପଡୁଥିବା ବେଳେ ଏଥିପାଇଁ ଅର୍ଥ ସାଜିଛି ବାଧକ।
ଟ୍ରକରେ ହେଲ୍‍ପର ଭାବେ କାର୍ଯ୍ୟ କରୁଥିବା ପ୍ରଫୁଲ୍ଲ ନିଜ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି। ସେ ଯାହା ପାରିଶ୍ରମିକ ପାଉଥିଲେ ସେଥିରେ ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଦୁର୍ଭାଗ୍ୟ ବସତଃ ଗତ ୨୦୧୯ ମସିହା ଅଗଷ୍ଟ ମାସରେ ଅସାବଧାନତା ବସତଃ ସେ ଟ୍ରକ୍‍ରୁ ଖସି ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କର ମେରୁହାଡର ସ୍ନାୟୁରେ ଗୁରୁତର ଆଘାତ ଲାଗିଥିବା ବେଳେ ଦୁଇଟି ସ୍ଥାନରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଇଥିଲା। ଧିରେ ଧିରେ ତାଙ୍କ ହାତ ଓ ଗୋଡ ଅଚଳ ହୋଇଯାଇଥିଲା। ବିଭିନ୍ନ ସରକାରୀ ଡାକ୍ତରଖାନା ବୁଲିବା ପରେ ଶେଷରେ ତାଙ୍କୁ କଟକର ଏକ ଘରୋଇ ହସ୍‍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ସେଠାରେ ତାଙ୍କ ମେରୁହାଡର ସ୍ନାୟୁର ଗୋଟିଏ ସ୍ଥାନରେ ଅସ୍ତ୍ରୋପଚାର କରାଯାଇଥିଲା। ଏହି ଚିକିତ୍ସାରେ ତାଙ୍କର ସମସ୍ତ ଜମିବାଡି ଓ ସଂପତ୍ତି ବିକ୍ରି ହୋଇଯାଇଥିଲା। ବନ୍ଧୁବାନ୍ଧବଙ୍କ ଠାରୁ ଧାର କରଜ କରି ପରିବାର ଓ ଗ୍ରାମବାସୀମାନେ ତାଙ୍କ ଚିକିତ୍ସା କରାଇଥିଲେ। ତଥାପି ପ୍ରଫୁଲ୍ଲ ସୁସ୍ଥ ହୋଇନଥିବା ବେଳେ ଏବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଦୀର୍ଘମାସ ହେବ ସେ ବିଛଣାରେ ପଡ଼ିରହି ଅସହ୍ୟ ଯନ୍ତ୍ରଣା ପାଉଥିବା ସୂଚନା ମିଳିଛି। ପରିବାରର ଏକମାତ୍ର ରୋଜଗାରକ୍ଷମ ପ୍ରଫୁଲ ଶଯ୍ୟାଶୟୀ ହେବା ପରେ ପତ୍ନୀ, ପୁଅ ସମେତ ପରିବାର ଲୋକେ ଅତି ଦୟନୀୟ ଅବସ୍ଥାରେ ଦୁଃଖରେ ଦିନ କାଟୁଛନ୍ତି। ଏବେ ଏହି ଘରୋଇ ଡାକ୍ତରଖାନାରେ ପୁନର୍ବାର ଅସ୍ତ୍ରୋପଚାର ପାଇଁ ଚିକିତ୍ସା କରୁଥିବା ଡାକ୍ତର ପରାମର୍ଶ ଦେଇଥିବା ବେଳେ ଏଥିପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ପଡୁଛି। ଏକ ଭଙ୍ଗା ଦଦରା ବିପଦପୂର୍ଣ୍ଣ ଘରେ ପ୍ରଫୁଲ୍ଲ ରହୁଥିବା ବେଳେ ଅଦ୍ୟାବଧି ତାଙ୍କୁ ଆବାସ ଯୋଜନାରେ ଘରେ ଖଣ୍ଡିଏ ମିଳିନଥିବା ଅଭିଯୋଗ ହୋଇଛି। ତାଙ୍କର ଚିକିତ୍ସା ପାଇଁ ଅଦ୍ୟାବଧି କୌଣସି ସରକାରୀ ସହାୟତା ମିଳିନଥିବା ସଂପର୍କରେ ପ୍ରଫୁଲ୍ଲ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଚିକିତ୍ସା ପାଇଁ ତାଙ୍କର ଆର୍ଥିକ ସମ୍ବଳ ନଥିବା ବେଳେ ପ୍ରଶାସନ ପକ୍ଷରୁ ଓ ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ତାଙ୍କ ପୁଅ ପ୍ରଭାତ ଜେନା ଆକୁଳ ନିବେଦନ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories