www.samajalive.in
Monday, December 8, 2025
20.1 C
Bhubaneswar

ବୃହତ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ, ୭ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧନା

ବାଙ୍କୀ : ବାଙ୍କୀ ଉପଖଣ୍ଡର ବାଙ୍କୀ ଓ ଡମପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଦୀର୍ଘଦିନ ଧରି ପାନୀୟ ଜଳ ସଂକଟ ଲାଗି ରହିଥିଲା। ନିକଟରେ ୨୭୫ କୋଟି ଟଙ୍କା ବ୍ୟୟବରାଦରେ ମେଗା ପାନୀୟ ଜଳ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଞ୍ଜୁରୀ ନେଇ ବାଙ୍କୀ ଅଞ୍ଚଳରେ ଖୁସି ଫେରିଥିଲା। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଏବଂ ବର୍ତ୍ତମାନର ବିଧାୟକ ତଥା ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ଉଦ୍ୟମରେ ଆଗାମୀ ଦିନରେ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଠଗଡ଼ ସହିତ ଉତ୍ତର ବାଙ୍କୀ ତଥା ସରଣ୍ଡାଗଡ଼ ଅନ୍ତର୍ଗତ ୭ ଗୋଟି ପଞ୍ଚାୟତର ପାନୀୟ ଜଳ ସଂକଟ ଦୂର ହେବା ସହିତ ପ୍ରତି ଘରକୁ ପାଇପ ଜଳ ଯୋଗାଣ ବାଙ୍କୀ ବିକାଶର ଏକ ଆହ୍ୱାନ ହେବ ବୋଲି ମତ ପ୍ରକାଶ ପାଇଛି। ଏହି ଅବସରରେ ରବିବାର ଅପରାହ୍ନରେ ସ୍ଥାନୀୟ ଅଂଶୁପା କନିଷ୍ଠ ମହାବିଦ୍ୟାଳୟ ପରିସରରେ ସରଣ୍ଡା ୩୬ ନମ୍ବର ଜିଲ୍ଲାପରିଷଦ ଜୋନ ଅନ୍ତର୍ଗତ ୭ ପଞ୍ଚାୟତ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ବରିଷ୍ଠ ନେତା ଗତିକୃଷ୍ଣ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କୁ ଏହି ପ୍ରକଳ୍ପ ପାଇଁ ସମସ୍ତ ଶ୍ରେୟ ଜଣାଇ ଫୁଲତୋଡା ଓ ଉପଢୈାକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ମାନସ କୁମାର ମହାପାତ୍ର,ପୂର୍ବତନ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାଷ ପାଢୀ ଓ ଅଂଶୁପା କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରା ଯୋଗଦେଇ ସରଣ୍ଡାବାସୀଙ୍କର ବହୁ ଆକାଂକ୍ଷାର ପ୍ରତିଫଳନକୁ ପ୍ରକାଶ କରିଥିଲେ। ସୁବର୍ଣ୍ଣପୁର ସରପଞ୍ଚ ତରୁଣ କୁମାର ମହାପାତ୍ର, କଦଳୀବାଡି ସରପଞ୍ଚ ପ୍ରକାଶ କୁମାର ବେଉରା, ସମାଜସେବୀ ପୂର୍ଣ୍ଣଚଚନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ଆର୍ତ୍ତବନ୍ଧୁ ବେହେରା, ସମାଜ ସେବୀ ମନୋଜ କୁମାର ପଣ୍ଡା, ବନ୍ଦାଳ ସରପଞ୍ଚ ପ୍ରଦୀପ ବେହେରା, ନୀଳମଣି ଜେନା, ବିଜୟ ରାଉତ, ବେଣୁଧର ଦାସ, ଭରତ ବେହେରା, ପ୍ରଫୁଲ୍ଲ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ଦଳେଇ, କୃଷ୍ଣଚନ୍ଦ୍ର ବରାଳ ପ୍ରମୁଖ ବହୁ ସରପଞ୍ଚ, ସମିତି ସଭ୍ୟ ଏବଂ ସରଣ୍ଡାଗଡ଼ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ। ଶିକ୍ଷାବିତ୍‍ ହରିବନ୍ଧୁ ଖଟୁଆ ଓ ପୂର୍ବତନ ସରପଞ୍ଚ ପ୍ରଫୁଲ କୁମାର ସାହୁ ଯଥାକ୍ରମେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରି ବୃହତ ପାନୀୟ ଜଳ ପ୍ରକଳ୍ପ ମଞ୍ଜୁରୀ ନିଶ୍ଚୟ ସରଣ୍ଡଗଡ଼ର ୭ ପଞ୍ଚାୟତ ପାଇଁ ଏକ ଖୁସିର ଖବର ବୋଲି କହିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories