www.samajalive.in
Friday, December 12, 2025
26.1 C
Bhubaneswar

ସିଂହ ଆଗକୁ ଡେଇଁଲେ ଯୁବକ, ତା’ପରେ କ’ଣ ହେଲା… ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦିଲ୍ଲୀର ଚିଡ଼ିଆଖାନାରେ ଗୁରୁବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ଘଟିଛି। ଚିଡ଼ିଆଖାନା ବୁଲିବାକୁ ଆସିଥିବା ଜଣେ ଯୁବକ ସିଂହ ଏନକ୍ଲୋଜର ମଧ୍ୟକୁ ଡେଇଁ ପଡ଼ିଥିଲା। କିନ୍ତୁ ଆଶ୍ଚର୍ୟ୍ୟକର କଥା ଯେ, ସିଂହଟି ଯୁବକଙ୍କର କିଛି କ୍ଷତି କରିନଥିଲା। ଯୁବକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।

- Advertisement -

ପ୍ରତ୍ୟେକ୍ଷ ଦର୍ଶୀଙ୍କ ସୂଚନା ଅନୁଯାୟୀ, ଯୁବକ ଜଣଙ୍କ କାହାକୁ କିଛି ନକହି ହଠାତ୍ ଏନକ୍ଲୋଜର ମଧ୍ୟକୁ ସିଂହ ଆଗକୁ ଡେଇଁ ପଡ଼ିଥିଲା। ସେଠାରେ ଥିବା ଅନ୍ୟ ଲୋକମାନେ ତାଙ୍କୁ ବାରଣ କରିଥିଲେ ମଧ୍ୟ ସେ ଶୁଣିନଥିଲା। ସିଧା ଯାଇ ସିଂହ ସାମ୍ନାରେ ବସିଯାଇଥିଲା। ସିଂହ ତାଙ୍କୁ ଦେଖି ପାଖକୁ ଆସିଥିଲା ସତ ହେଲେ କିଛି କ୍ଷତି କରିନଥିଲା। ବରଂ ତାଙ୍କୁ ଶୁଙ୍ଘି ଦେଇ ଚାଲିଯାଇଥିଲା। ଯୁବକ ଜଣଙ୍କ କିଛି ସମୟ ସିଂହ ସହ ରହିଲା ପରେ ସ୍ଥାନୀୟ ଲୋକଙ୍କ ଚିତ୍କାର ଶୁଣି ଚିଡ଼ିଆଖାନାର କର୍ତ୍ତୃପକ୍ଷ ପହଞ୍ଚି ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା।

ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ପୁଲିସ ସେଠାରେ ପହଞ୍ଚି ଉକ୍ତ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଯୁବକଙ୍କ ଘର ବିହାରରେ ଏବଂ ତାଙ୍କ ନାମ ରେହାନ ଖାନ୍ । ସେ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories