www.samajalive.in
Wednesday, December 10, 2025
16.1 C
Bhubaneswar

ହୃଦଘାତ ପରେ ୪୦ ମିନିଟ ଟ୍ରାଫିକରେ ଫସିରହିଲେ ରୋଗୀ, ଚାଲିଗଲା ଜୀବନ

ସମାଜ ଡିଜିଟାଲ ଡେସ୍କ: ଅମାନିଆ ଚାଳକଙ୍କ ପାଇଁ ଟ୍ରାଫିକ ସମସ୍ୟା ଉପୁଜେ। ଏହି କାରଣରୁ ବେଳେବେଳେ କିଛି ଲୋକଙ୍କୁ ଜୀବନ ବି ହରାଇବାକୁ ପଡ଼େ। ଏମିତି ଏକ ଘଟଣାରେ ଜଣେ ପର୍ଯ୍ୟଟକଙ୍କୁ ଜୀବନ ହାରିବାକୁ ପଡ଼ିଛି। ହୃଦଘାତ ପରେ ରୋଗୀଙ୍କୁ ଡାକ୍ତରଖାନା ନିଆଯିବା ସମୟରେ ଟ୍ରାଫିକ ସମସ୍ୟାରେ ଫସିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଡେରାଡୁନର ମସୁରିରେ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ଦିଲ୍ଲୀର ୬୨ ବର୍ଷୀୟ କମଲ କୁମାର ଟଣ୍ଡନ ଡେରାଡୁନର ମସୁରିସ୍ଥିତ ପୈତୃକ ଗ୍ରାମକୁ ଯାଇଥିଲେ। ମସୁରିର ଲାଇବ୍ରେରି ଛକ​‌ରେ ତାଙ୍କ ପରିବାର ରୁହନ୍ତି। ସେଠାରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟାରେ ତାଙ୍କୁ ହୃଦଘାତ ହୋଇଥିଲା। ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ୨/୩ ଘଣ୍ଟା ପରେ ପହଞ୍ଚିବ ବୋଲି କହିବାରୁ ସେମାନେ ନିଜ କାରରେ କମଲଙ୍କୁ ଡାକ୍ତରଖାନା ନେବାକୁ ଉଦ୍ୟମ କରିଥିଲେ। ଲାଇବ୍ରେରୀ ଛକ ନିକଟରେ ଟ୍ରାଫିକ ସମସ୍ୟା ଯୋଗୁ ଗାଡ଼ି ଆଗକୁ ଯାଇପାରି ନ ଥିଲା। ପୁଲିସ ଏସକର୍ଟ ଯୋଗାଇ ଦେଇଥିଲେ ବି ୪ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ୧ ଘଣ୍ଟାରୁ ଅଧିକ ସମୟ ଚାଲିଯାଇଥିଲା। ଯାହାଫଳରେ ଡାକ୍ତରଖାନାରେ ପହଞ୍ଚିବା ଆଗରୁ କାର୍ ଭିତରେ ହିଁ କମଲଙ୍କ ଜୀବନ ଚାଲିଯାଇଥିଲା।

- Advertisement -

କମଲଙ୍କ ପୁତୁରା ଅର୍ଜୁନ କହିଛନ୍ତି ଯେ, କେବଳ ଟ୍ରାଫିକ ସମସ୍ୟା ଯୋଗୁ ତାଙ୍କ ଦାଦା ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିପାରିଲେ ନାହିଁ। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଲା। ଆମ୍ବୁଲାନ୍ସ ବି ମିଳିଲାନି। ରାସ୍ତାରେ ଲୋକମାନେ ମନଇଚ୍ଛା ଗାଡ଼ି ଚାଳନା କରୁଛନ୍ତି, ଯାହା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories