www.samajalive.in
Monday, December 15, 2025
27.1 C
Bhubaneswar

ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଖସିପଡି ଯାତ୍ରୀଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଏକ ନମ୍ବର ପ୍ଲାଟଫର୍ମରେ ଅପରାହ୍ନ ୩ଟା ୫୦ମିନିଟ ସମୟରେ ସୁପରଫାଷ୍ଟ ସମତା ଏକ୍ସପ୍ରେସ୍ର ଟ୍ରେନରେ ଚଢ଼ିବା ବେଳେ ଖସିପଡ଼ି ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଟ୍ରେନଟି ପ୍ଲାଟଫର୍ମ ଛାଡୁଥିବା ସମୟରେ ଯାତ୍ରୀ ଜଣକ ପାଣି ବୋତଲ କିଣି ଟ୍ରେନ ବଗି ରେଲିଂ ଧରି ଚଢ଼ିବାକୁ ଉଦ୍ୟମ କରିବାବେଳେ ହାତ ଖସିଯିବାରୁ ଚକ ତଳେ ପଡିଯାଇଥିଲେ। ଫଳରେ ଯାତ୍ରୀଙ୍କ ବେକ କଟି ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା।

ସୂଚନା ଅନୁସାରେ, ଯାତ୍ରୀ ଜଣକ ହେଉଛନ୍ତି ବଲାଙ୍ଗୀର ଥାନା ଅନ୍ତର୍ଗତ  ଗେଡି ଗାଁର ବାଳକୃଷ୍ଣ ଅଦାବରିଆ। ସେ ଓ ତାଙ୍କ ସ୍ତ୍ରୀ ଟ୍ରେନରେ ଯାତ୍ରା କରୁଥିଲେ। ବାଳକୃଷ୍ଣ କିଛି ସମୟ ପାଇଁ ପାଣି ବୋତଲ କିଣିବାକୁ ବାହାରକୁ ଆସିଥିବାବେଳେ ତାଙ୍କ ସ୍ତ୍ରୀ ସିଟରେ ବସିଥିଲେ। ବାଳକୃଷ୍ଣ ପାଣି ବୋତଲ କିଣିବାବେଳେ ଟ୍ରେନ ଛାଡ଼ି ଦେଇଥିଲା। ତେଣୁ ସେ ଟ୍ରେନରେ ଚଢ଼ିବାକୁ ଉଦ୍ୟମ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜିଆରପି ପକ୍ଷରୁ କୁହାଯାଇଛି। ପୁଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ ହେବ ବୋଲି ଆରପିଏଫ ପୁଲିସ ସୂଚନା ଦେଇଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories