www.samajalive.in
Tuesday, December 9, 2025
16.1 C
Bhubaneswar

ଆଦିବାସୀ ଘରେ ଅମିତ ଶାହା ଖାଦ୍ୟ ଖାଇବା କେବଳ ଏକ ଶୋ, ପ୍ରକୃତରେ ଖାଦ୍ୟ ପଞ୍ଚ ତାରକା ହୋଟେଲରୁ ଆସିଛି : ମମତା

କଲକତା : ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତର ୧୭ ଦିନ ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ଗସ୍ତର ଆସିଥିବା ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଜଣେ ବାଙ୍ଗୁର ଜିଲାରେ ଗୋଟିଏ ଆଦିବାସୀ ପରିବାରରେ ଭୋଜନ କରିଥିଲେ। ଭୋଜନ ସମୟର ଫଟୋ ମଧ୍ୟ ଶାହା ସେୟାର କରିଥିଲେ। ତେବେ ଶାହା ଆଦିବାସୀ ଘରେ ଖାଇଥିବା ଖାଦ୍ୟ ସେ ଆଦିବାସୀ ପରିବାର ଲୋକ ରୋଷେଇ କରିନଥିଲେ ବୋଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତର ୧୭ ଦିନ ପରେ ସୋମବାର ବାଙ୍ଗୁର ଜିଲା ଗସ୍ତ କରିଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାହାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଶାହା ଆଦିବାସୀ ଘରେ ଖାଇଥିବା ଖାଦ୍ୟ ସେ ଆଦିବାସୀ ପରିବାର ଲୋକ ରୋଷେଇ କରିନଥିଲେ। ଖାଦ୍ୟ ଏକ ପଞ୍ଚ ତାରକା ହୋଟେଲରୁ ଆସିଥିଲା। କେବଳ ଏକ ଶୋ କରିବାକୁ ଶାହା ଆଦିବାସୀ ଘରେ ଭୋଜନ କରିଥିଲେ ବୋଲି ମମତା କହିଛନ୍ତି।

- Advertisement -

ମମତା ଆହୁରୀ ମଧ୍ୟ କହିଛନ୍ତି ଅମିତ ଶାହା ଆସିବା ପୂର୍ବରୁ ପ୍ରଥମେ ପ୍ଲାନ ପସ୍ତୁତ କରନ୍ତି। କେଉଁଠି ସେ ଶୋ କରିବେ। ବିଜେପିର ଏହି ଶୋ କାହାକୁ ଅଛପା ନାହିଁ । ଶାହା ଆସିବା ପୂର୍ବରୁ ସେହି ଆଦିବାସୀ ପରିବାରର ଘରକୁ ସମ୍ପୁର୍ଣ୍ଣ ସଫା କରାଯିବା ସହ ରଙ୍ଗ କରାଯାଇଥିଲା। ମମତା ତାଙ୍କ ଉଦାହରଣ ଦେଇ କହିଛନ୍ତି ଯେ ‘ମୁଁ ଆଜି ଲୋକଙ୍କ ପାଖକୁ ଯାଇଥିଲି, ସେମାନଙ୍କ ସହିତ ଖଟ ଉପରେ ବସି ସେମାନଙ୍କ ଅସୁବିଧା ଶୁଣିଲି । ମୋର ଯାତ୍ରା ପୂର୍ବ ଯୋଜନା ହୋଇନଥିଲା । ଯେଉଁଠାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ କେବଳ ଏକ ଶୋ ’ଥିଲା।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories